ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଣି ଗାରେଡି ସନ୍ଦେହରେ କେନ୍ଦୁଝରରେ ଡବଲ ମର୍ଡର। ଜଣେ ୬୦ ବର୍ଷୀୟ ବୃଦ୍ଧ ଓ ଜଣେ ୨୭ ବର୍ଷୀୟ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲା ବାମେବାରି ଥାନା ନିକଟ ନାକଡ଼ାପାଲି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଦୁଇ ଜଣ ହେଲା ସୁବାଷ ମୁଣ୍ଡା ଓ ତାଙ୍କ ପୁତୁରା ଚେତନ ମୁଣ୍ଡା।

ଏହି ଦୁଇ ଜଣଙ୍କୁ ସଂଘବଦ୍ଧ ଭାବେ ଅତି ନୃଂଶସ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ଗାଁର ଜଣେ ବ୍ୟକ୍ତି ରାମ ମୁଣ୍ଡାଙ୍କର ସଂପୃକ୍ତି ନେଇ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ରାମ ମୁଣ୍ଡାଙ୍କ ଝିଅଙ୍କ ଦେହ ବାରମ୍ବାର ଦେହ ଖରାପ ହେଉଥିଲା। ସୁବାଷ ମୁଣ୍ଡା ଓ ତାଙ୍କ ପୁତୁରା ତାଙ୍କ ଝିଅକୁ ଗୁଣି କରିଥିବା ସନ୍ଦେହ କରି ରାମ ମୁଣ୍ଡା ଗାଁର ଅନ୍ୟ ଲୋକଙ୍କ ସହ ମିଶି ସେମାନଙ୍କୁ ହତ୍ୟା କରିଥିଲେ। ଏହି ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment