ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିକ୍ଷାନୁଷ୍ଠାନଙ୍କରେ ରାଗିଂକୁ ବନ୍ଦ କରିବା ପାଇଁ  ସରକାର ବିଭିନ୍ନ ଆଇନ କାନୁନ ଗଠନ କରିଛନ୍ତି। ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ରାଗିଂକୁ ବନ୍ଦ କରାଯାଉଛି। ହେଲେ ଏବେବି ଅନେକ କଲେଜରେ ଜୁନିଅର ଛାତ୍ରଛାତ୍ରୀଙ୍କୁ ସିନିଅରଙ୍କ ଅତ୍ୟାଚାର ସହିବାକୁ ପଡ଼ୁଛି। ଏଭଳି ଏକ ଖବର ଆସିଛି ଉତ୍ତରପ୍ରଦେଶରୁ।

ଉତ୍ତର ପ୍ରଦେଶ ୟୁନିଭରସିଟି ଅଫ ମେଡିକାଲ ସାଇନ୍ସରେ ୧୫୦ ଜଣ ଜୁନିଅର ଛାତ୍ରଙ୍କୁ ଲଣ୍ଡା କଲେ ସିରିଅର ଛାତ୍ର। ଏହି ଖବର ପ୍ରକାଶ ପାଇବା ପରେ ଶିକ୍ଷାନୁଷ୍ଠାନରେ ଛାତ୍ରମାନେ କେତେ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠିଛି।

ଉତ୍ତରପ୍ରଦେଶର ସେଫଇସ୍ଥିତ ଏହି ମେଡିକାଲ ବିଶ୍ୱବିଦ୍ୟାଳୟରେ ଏମବିବିଏସର ପ୍ରଥମ ବର୍ଷରେ ନାମ ଲେଖାଇଥିବା ୧୫୦ ଜଣ ଛାତ୍ରଙ୍କୁ ସିନିଅର ଛାତ୍ରମାନେ ଜବରଦସ୍ତି ଲଣ୍ଡା କରାଇଥିବା ଅଭିଯୋଗ ଆସିଛି।

ଅନ୍ୟପକ୍ଷରେ ଏନେଇ କୌଣସି ଅଭିଯୋଗ ଆସିନଥିବା ବିଶ୍ୱବିଦ୍ୟଳୟର କୁଳପତି ପ୍ରୋଫେସର ରାଜକୁମାର କହିଛନ୍ତି। ସେ କହିଛନ୍ତି ଯେ, “ବର୍ତ୍ତମାନ ସୁଦ୍ଧା ଏନେଇ ଅଭିଯୋଗ ହୋଇ ନାହିଁ। ଆମେ ନିଜ ଆଡ଼ୁ ଏହି ମାମଲାର ତଦନ୍ତ ଆରମ୍ଭ କରିଛୁ। ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Comment