ଓଡ଼ିଶାଲାଇଭ୍‌ ବ୍ୟୁରୋ 

ବଲିଉଡ ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫ୍‌ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ୱାର’ର ଟ୍ରେଲର ରିଲିଜ ହୋଇଛି। ଟ୍ରେଲରରେ ହ୍ରିତିକ ଏବଂ ଟାଇଗରଙ୍କ ମଧ୍ୟରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଟ୍ରେଲରକୁ ଦେଖି ଫ୍ୟାନ୍‌ମାନଙ୍କ ମଧ୍ୟରେ ଫିଲ୍ମ ପାଇଁ କ୍ରେଜ୍‌ ବଢ଼ିବାକୁ ଲାଗିଛି।

ଏହି ଫିଲ୍ମରେ ହ୍ରିତିକ ଏବଂ ଟାଇଗର ଗୁରୁ ଶିଷ୍ୟ ଭୂମିକାରେ ନଜର ଆସିଛନ୍ତି। ଏମାନଙ୍କ ବ୍ୟତୀତ ‘ୱାର’ ଫିଲ୍ମରେ ବାଣୀ କପୁର ଲିଡ ରୋଲରେ ଦେଖିବାକୁ ମିଳିବ। ଆସନ୍ତା ଅକ୍ଟୋବର ୨ରେ ଏହି ଫିଲ୍ମ ରିଲିଜ ହେବ।

ଟ୍ରେଲର ରିଲିଜ ହେବାର ୧୨ ଘଣ୍ଟା ମଧ୍ୟରେ ଫିଲ୍ମର ଟ୍ରେଲରକୁ ୧ କୋଟି ଲୋକ ୟୁଟ୍ୟୁବ୍‌ରେ ଦେଖିସାରିଲେଣି।

Comment