ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ଯୁଦ୍ଧ ଷଷ୍ଠ ଦିନରେ ଜାରି ରହିଛି। ୟୁକ୍ରେନର ଖାରକିଭ, କ୍ଵିଭ ଏବଂ ଚେର୍ନିହାଇଭରେ ଘନ ଘନ ବୋମା ମାଡ଼ କରିଚାଲିଛନ୍ତି ରୁଷ ସେନା। ଖାରକିଭ ସହରରେ ରୁଷ ସେନାଙ୍କ ବୋମା ମାଡ଼ରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି।

  • ଖାରକିଭ ସହରରେ ରୁଷ ସେନାଙ୍କ ବୋମା ମାଡ଼ରେ ୬ ଜଣ ଗୁରୁତର ହୋଇଛନ୍ତି
  • ଗୁଗୁଲ ବନ୍ଦ କଲା ଆରଟି ଏବଂ ସ୍ପୁଟନିକର ୟୁଟ୍ୟୁବ ଚ୍ୟାନେଲ
  • ଟ୍ୟାଙ୍କ ରୋକିବାକୁ ଚେଷ୍ଟା କରୁଥିବା ୟୁକ୍ରେନ କାର ଚାଳକଙ୍କୁ ଚାପି ଦେଲେ ରୁଷ ସେନା
  • ୟୁକ୍ରେନରୁ ଆଉ ଏକ ବିମାନ ଭାରତୀୟଙ୍କୁ ଧରି ଦେଶକୁ ଫେରିଲା
  • ଖାରକିଭରେ ରୁଷ ସେନାଙ୍କ ଲଗାତର ମିଶାଇଲ ମାଡ଼
  • ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ରଙ୍କ ମରଶରୀର ଆଣିବାକୁ ଚେଷ୍ଟା ଚାଲିଛି – କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ
  • ୟୁକ୍ରେନ ରାଜଧାନୀ କ୍ଵିଭରେ ଏୟାର ଆଲର୍ଟ ଜାରି

  • ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଭୟରେ ଦେଶ ଛାଡୁଛନ୍ତି ଲୋକେ
  • ୨୪ ଘଣ୍ଟାରେ ପ୍ରାୟ ଏକ ଲକ୍ଷ ଲୋକ ପୋଲାଣ୍ଡ-ୟୁକ୍ରେନ ସୀମା ଦେଇ ପଳାୟନ କରିଥିବା କହିଛନ୍ତି ପୋଲାଣ୍ଡ ସରକାର
  • ରୁଷର ୨୯ ଏୟାରକ୍ରାଫ୍ଟ ଖସାଇଲା ୟୁକ୍ରେନ
  • ଆଖି ପିଛୁଳାକେ ଖାରକିଭର ସରକାରୀ ମୁଖ୍ୟକାର୍ଯ୍ୟାଳୟ ଉଡ଼ାଇଲା ରୁଷ
  • ଖାରକିଭ, କ୍ଵିଭ ଏବଂ ଚେର୍ନିହାଇଭରେ ତୋପ ବର୍ଷା କରୁଛନ୍ତି ରୁଷ ସେନା
  • ଆକାଶ ମାର୍ଗରୁ ରୁଷ ସେନାଙ୍କ ଆକ୍ରମଣ ଜାରି
  • କ୍ଵିଭରେ ବମ ସେଲଟରରେ ଲୁଚି ରହିଛନ୍ତି ଶିଶୁ
  • ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବ ବାୟୁସେନା ବିମାନ
  • ରୁଷର ୧୦୦ଟି ଟ୍ୟାଙ୍କ ଏବଂ ୨୦ ସେନା ଯାନ ଧ୍ଵଂସ କଲା ୟୁକ୍ରେନ
  • ୟୁକ୍ରେନର ଖାରକିଭ ସହରରେ ରୁଷ ସେନାଙ୍କ ବୋମା ମାଡ଼ ଜାରି

  • ୟୁକ୍ରେନର ମିଲିଟାରି ବେସ ଉଡ଼ାଇଲେ ରୁଷ ସେନା
  • ଯୁଦ୍ଧରେ ୭୦ରୁ ଊର୍ଦ୍ଧ୍ଵ ୟୁକ୍ରେନ ସେନାଙ୍କ ମୃତ୍ୟୁ
  • ୟୁକ୍ରେନକୁ ୭୦ଟି ଫାଇଟର ଜେଟ୍ ଦେବ ୟୁରୋପୀୟନ ୟୁନିଅନ
  • ୟୁକ୍ରେନ-ପୋଲାଣ୍ଡ ବର୍ଡରରେ ଅସହାୟ ଅବସ୍ଥାରେ ଅଛନ୍ତି ଭାରତୀୟ ଛାତ୍ରଛାତ୍ରୀ
  • ୟୁକ୍ରେନର ବିଭିନ୍ନ ସହରରେ ଏୟାର ରେଡ ଆଲର୍ଟ
  • ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କଠାରୁ ବ୍ଲାକ ବେଲ୍ଟ ଉପାଧି ଫେରସ୍ତ ନେଲା ଓ୍ବାର୍ଲ୍ଡ ଟାଇକୁଣ୍ଡ
  • ୟୁକ୍ରେନରୁ୧୮୨ ଛାତ୍ରଛାତ୍ରୀଙ୍କୁ ଧରି ଭାରତ ଆସୁଛି ଅପରେସନ ଗଙ୍ଗା ଫ୍ଲାଇଟ
  • ୟୁକ୍ରେନକୁ ଆଣ୍ଟି ଟ୍ୟାଙ୍କ ଅସ୍ତ୍ରଶସ୍ତ୍ର ଦେବ କାନାଡ଼ା
  • ରୁଷ-ବେଲାରୁଷ ଟିମକୁ ସସପେଣ୍ଡ କଲା ଇଣ୍ଟରନ୍ୟାସନାଲ ଆଇସ ହକି

Comment