ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଚାଲିଥିବା ୭୫ ମିଟର ଉଛେଦ କାର୍ଯ୍ୟକୁ ବିରୋଧ କରି ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଦୁଇଟି ମାମଲା ଆଜି ଖାରଜ ହୋଇଛି। ସୁପ୍ରିମକୋର୍ଟରେ ଆଡଭୋକେଟ୍‌ ଜେନେରାଲଙ୍କ ବଳିଷ୍ଠ ଯୁକ୍ତି ବଳରେ ଏହି ମାମଲା ଖାରଜ ହୋଇଛି।

ପୁରୀ ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଛେଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏନେଇ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଏହାକୁ ଚାଲେଞ୍ଜ କରି ଇଣ୍ଟର କଣ୍ଟିନେଣ୍ଟାଲ ଲୟର୍ସ ଆସୋସିଏସନ ଏବଂ ଚେନ୍ନାଇର ଜଣେ ବ୍ୟକ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଭୟ ପକ୍ଷ ତରଫରୁ ଦୁଇଟି ମାମଲା ରୁଜୁ ହୋଇଥିଲା।

ଏହି ମାମଲାର ଆଜି ଶୁଣାଣି ହୋଇଥିଲା। ଶୁଣାଣି ବେଳେ ଆଡଭୋକେଟ୍‌ ଜେନେରାଲ ୭୫ ମିଟର କାହିଁକି ଉଛେଦ ହେବ ନାହିଁ ବୋଲି ଯୁକ୍ତି କରିଥିଲେ। ଜଷ୍ଟିସ୍‌ ବି ପି ଦାସ କମିଶନଙ୍କ ସୁପାରିଶ ଅନୁସାରେ ଉଛେଦ ଚାଲିଛି ଏବଂ ଏହା ଆଇନ ଅନୁସାରେ ହେଉଛି ବୋଲି ଯୁକ୍ତି କରିଥିଲେ ଆଡଭୋକେଟ୍‌ ଜେନେରାଲ।

ଆମିକସ୍‌ କ୍ୟୁରୀ, ସଲିସିଟର ଜେନେରାଲଙ୍କୁ ପୁରୀ ଆସିବାକୁ ଆମନ୍ତ୍ରିତ କରିଛନ୍ତି ଆଡ୍‌ଭୋକେଟ୍‌ ଜେନେରାଲ। ପୁରୀ ଆସି ସ୍ଥିତି ଅନୁଧ୍ୟାନ କରିବାକୁ କହିଛନ୍ତି। ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଉଭୟ ପୁରୀ ଆସିବାକୁ ସମ୍ମତି ଜଣାଇଛନ୍ତି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ମେଘନାଦ ପାଚେରୀ କଡ଼ରୁ ପ୍ରଥମେ ଜବରଦଖଲ ଉଛେଦ ହୋଇଥିଲା। ବୁଲ୍‌ଡୋଜର ମାଡ଼ରେ ବେଆଇନ୍ କୋଠା ଟଳି ପଡ଼ିଥିଲା। ଆଜି ବି ଉଛେଦ କାର୍ଯ୍ୟ ଜାରି ରହିଛି।

Comment