ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କାଶ୍ମୀରରୁ ଲଦାଖ ଅଲଗା ହେବା ପରେ ଗୁରୁବାର ପ୍ରଥମ ଥର ଲାଗି କୌଣସି ମନ୍ତ୍ରୀ ଲଦାଖ ଗସ୍ତ କରିଛନ୍ତି। ଏହି ବରିଷ୍ଠ ମନ୍ତ୍ରୀ ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ରାଜନାଥ ଆଜି ଳଦାଖର ଲେହ ଯାଇଛନ୍ତି। ସେଠାରେ କିଷାନ-ଯବାନ ବିଜ୍ଞାନ ମେଳାର ଉଦଘାଟନ କରିଛନ୍ତି।

ରାଜନାଥ ଲେହରେ ସ୍ଥିତି ସମୀକ୍ଷା କରିବା ପରେ ସାଧାରଣ ଲୋକଙ୍କୁ ଭେଟିବେ। ଏଥିସହ ଯବାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଆଜି ସିପିଏମ୍‌ ନେତା ସୀତାରାମ ୟେଚୁରୀ ମଧ୍ୟ ଶ୍ରୀନଗର ଗସ୍ତ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ୟେଚୁରୀ ଆଜି ଜମ୍ମୁ କଶ୍ମୀର ଯାଉଛନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାରେ ସ୍ଥିତି ସମ୍ବେଦନଶୀଳ ରହିଛି। ମୋବାଇଲ, ଇଣ୍ଟରନେଟ ସେବା ଆଦି ବନ୍ଦ ରହିଥିଲା। ଏବେ ଏହା ଧୀରେ ଧୀରେ ସ୍ୱାଭାବିକ ହେଉଛି।

Comment