ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର…

ଆଜି ହେଉଛି ଗୁରୁଦିବସ। ଗୁରୁଙ୍କ ଉଦ୍ଦେଶ୍ୟରେ ସାରା ଦେଶ ପାଳୁଛି ଏହି ଦିନ। ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଏ। ବିଶିଷ୍ଟ ଶିକ୍ଷକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଏ।

କାହିଁକି ରାଧାକ୍ରିଷ୍ଣନଙ୍କ ଜନ୍ମଦିନରେ ପାଳନ ହୁଏ ଗୁରୁଦିବସ?

ଆଜି ହେଉଛି ପବିତ୍ର ଗୁରୁଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଆମେ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରିଥାଉ। ଜଣେ ଦାର୍ଶିନିକ ତଥା ଜଣେ କୁଶଳୀ ରାଷ୍ଟ୍ରନୀତିଜ୍ଞ ଓ ଜଣେ ଆଦର୍ଶ ଶିକ୍ଷକ ଭାବରେ ରାଧାକ୍ରିଷ୍ଣନ ବେଶ୍ ପରଚିତ।

ସୈନିକ ସ୍କୁଲରେ ପଢ଼ିଲେ ଆର୍ଥିକ ଅନୁଦାନ ମିଳିବ

ଏଣିକି ଆପଣଙ୍କ ପୁଅ ବି ସୈନିକ ସ୍କୁଲରେ ପଢ଼ିପାରିବ ପାଠ। ଏଥିପାଇଁ ଆପଣଙ୍କୁ ମିଳିବ ଆର୍ଥିକ ଅନୁଦାନ। ଭୁବନେଶ୍ଵରସ୍ଥିତ ସୈନିକ ସ୍କୁଲର ଏକ ପ୍ରେସମିଟରେ ଏହାର ସୂଚନା ଦେଇଛନ୍ତି ସ୍କୁଲର ପ୍ରିନ୍ସିପାଲ ଏସ ଡୋମିନିକ ରାୟନ।

ମଠ ଉଚ୍ଛେଦକୁ ନେଇ ତେଜିଲା ରାଜନୀତି

ପୁରୀରେ ୭୫ ମିଟର ଉଚ୍ଛେଦ ହେବ କି ନାହିଁ? ଏହାକୁ ନେଇ ଏବେ ରାଜନୀତି ତେଜିଛି। ଗତ ସପ୍ତାହେ ହେଲା ସୁରୁଖରୁରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟରେ ଏବେ ରାଜନୀତି ପଶିଛି। ମଠ ଉଚ୍ଛେଦକୁ ବିରୋଧ କରି ବିଶ୍ୱହିନ୍ଦୁ ପରିଷଦ ଆଗକୁ ଆସିଛି। ବରିଷ୍ଠ ନେତା ବିଜୟ ମହାପାତ୍ର ବି ସମାଲୋଚନା କରିଛନ୍ତି। ଫଳରେ ସରକାର ଏବେ ଅଡୁଆରେ ପଡ଼ିଛନ୍ତି।

ହାଇଡ୍ରୋସିଲ ବଦଳରେ ଗୋଡ଼ ଅପରେସନ କଲେ ଡାକ୍ତର

ଗୟାର ଏକ ସରକାରୀ ଡାକ୍ତରଖାନାରେ ହାଇଡ୍ରୋସିଲ ଅପରେସନ ପାଇଁ ଆସିଥିବା ରାମଭଜନ ଯାଦବଙ୍କ ଗୋଡ଼କୁ ଅପରେସନ କରିଛନ୍ତି ଡାକ୍ତରୀ ଟିମ। ଫାଇଲେରିଆ ସମସ୍ୟା ଥିବା କହି ଡାକ୍ତରୀ ଟିମ ଗୋଡ଼ରେ ଅପରେସନ କରିଥିବା ରାମଭଜନଙ୍କ ପୁଅ ଭୁବନେଶ୍ୱର ଅଭିଯୋଗ କରିଛନ୍ତି।

ଲଗାଣ ବର୍ଷାରେ ବେହାଲ ବ୍ରହ୍ମପୁର ସହର

ଦୁଇ ଘଣ୍ଟାର ଲଗାଣ ବର୍ଷାରେ ବେହାଲ ହୋଇଛି ବ୍ରହ୍ମପୁର। ଗୁରୁବାର ଭୋର ୪ଟାରୁ ୬ଟାରୁ ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଗଜପତିନଗର, ଗାନ୍ଧୀ ନଗରର ୯ମ ଓ ୧୦ ଲେନ୍‌ରେ ଘରେ ଘରେ ବର୍ଷା ପାଣି ପଶିଛି।

ଆଜିଠୁ ଆରମ୍ଭ ହେବ ରିଲାଏନ୍ସ ଜିଓ ଗିଗାଫାଇବର

ଆଜିଠାରୁ ଆରମ୍ଭ ହେଉଛି ଜିଓ ଗିଗାଫାଇବର। ରିଲାଏନ୍ସ ଜିଓ ମୋବାଇଲ୍ ସେବାକୁ ୩ ବର୍ଷ ପୂର୍ତ୍ତି ଅବସରରେ ଭାରତରେ ଆରମ୍ଭ ହେବାକୁ ଯାଉଛି ରିଲାଏନ୍ସ ଜିଓ ଫାଇବର୍ ସେବା। ଅଗଷ୍ଟ ୧୨ରେ ଆୟୋଜିତ ହୋଇଥିବା ରିଲାଏନ୍ସର ବାର୍ଷିକ ଅଧିବେଶନରେ ମୁକେଶ ଅମ୍ବାନି ଏନେଇ ଘୋଷଣା କରିଥିଲେ।

Comment