ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇତିହାସ ରଚିବାକୁ ଆଉ ମାତ୍ର କିଛି କ୍ଷଣ ବାକି ରହିଲା। ଚନ୍ଦ୍ରପୃଷ୍ଠରେ ଅବତରଣ କରି ସାରା ବିଶ୍ୱରେ ନାଁ କରିବ ଭାରତ।

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ‘ଇସ୍ରୋ’ ପକ୍ଷରୁ ପ୍ରେରିତ ଚନ୍ଦ୍ରଯାନ-୨ ଆଉ କିଛି ସମୟ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ସାରା ବିଶ୍ୱର ନଜର ବର୍ତ୍ତମାନ ଭାରତ ଉପରେ। କାହିଁକି ନାଁ, ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୨ ହେବ ବିଶ୍ୱରେ ପ୍ରଥମ।

 ଅନ୍ୟପକ୍ଷରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଳୁରୁସ୍ଥିତ ‘ଇସ୍ରୋ’ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିସାରିଛନ୍ତି। ତେବେ ଏହାର ସିଧାପ୍ରସାରଣ ଦେଖିବାକୁ ଆଜି ଅପରାହ୍‌ଣରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଥିଲେ।

ରାତି ୧ଟା ୪୦ରେ ଚନ୍ଦ୍ରାୟନ-୨ର ବିକ୍ରମ ଲାଣ୍ଡର ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଙ୍ଗ୍‌ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାର ପ୍ରାୟ ୪ ଘଣ୍ଟା ପରେ ଅର୍ଥାତ୍‌ ସାଢ଼େ ୪ଟାରୁ ସାଢ଼େ ୬ଟା ମଧ୍ୟରେ ରୋଭର୍‌ ପ୍ରଜ୍ଞାନ ବିକ୍ରମ ଲାଣ୍ଡର ଭିତରୁ ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ। ତେବେ ଅବତରଣର ଶେଷ ୧୫ ମିନିଟ ଇସ୍ରୋ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ହେବ ବୋଲି କୁହାଯାଉଛି।

Comment