ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରର ସୋପାର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ନିପାତ ହୋଇଥିବା ଆତଙ୍କବାଦୀ ଲସ୍କର ଏ ତୋଇବା ଆତଙ୍କୀ ସଙ୍ଗଠନର ଆସିଫ୍‌ ବୋଲି ଜଣାପଡ଼ିଛି। ୪ ଦିନ ତଳେ ଏହି ଆତଙ୍କବାଦୀ ଜଣେ ଫଳ ବେପାରୀଙ୍କ ଘରେ ପଶି ଫାଇରିଙ୍ଗ କରିଥିଲା। ଏହି ଫାଇରିଙ୍ଗରେ ପରିବାରର ୪ ଜଣ ସଦସ୍ୟ ଗୁରୁତର ଆହତ ହୋଇଥିଲେ। ଯେଉଁଥିରେ ଏକ ୨ ବର୍ଷର ଝିଅ ସାମିଲ ଥିଲା।

ଜଣେ ଅଧିକାରୀଙ୍କ କହିବା ଅନୁସାରେ ଆସିଫ୍‌ ଫଳ ବେପାରୀଙ୍କୁ ବାରମ୍ବର ଧମକ ଦେଉଥିଲା। ସୋପାର ଅଞ୍ଚଳରେ ଲୋକଙ୍କୁ ଡରେଇ ରଖିଥିଲା। ଗତ ୧ ମାସରୁ ସେ ଏହି ଅଞ୍ଚଳରେ ସକ୍ରିୟ ଥିଲା।

ସୋପରରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସିଆରପିଏଫ ପକ୍ଷରୁ ସ୍ଵତନ୍ତ୍ର ଅପରେଶନ ଆରମ୍ଭ ହୋଇଥିଲା। ଯବାନଙ୍କ ଦ୍ଵାରା ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅଭିଯାନ କରାଯାଇଥିଲା। ଏହି ସମୟରେ ଯବାନଙ୍କ ଗୁଳିରେ ଆସିଫ୍ ନିପାତ ହୋଇଥିଲା।

Comment