ଓଡ଼ିଶାଲାଇଭ୍ ବ୍ୟୁରୋ

Samir Dash

ଏଣିକି ବଦଳିବ ସ୍କୁଲ ସମୟ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତି ନିଆଯାଇଛି। ଏହି ନିଷ୍ପତି ଅନୁଯାୟୀ, ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ସମୟରେ ପରିବର୍ତ୍ତନ ହେବ।

ସକାଳ ସାଢ଼େ ୯ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ସ୍କୁଲରେ ରହିବେ ଶିକ୍ଷକ ଶିକ୍ଷୟତ୍ରୀ। ନୂଆ ନିୟମ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ପୂର୍ବରୁ ଶିକ୍ଷକ ଶିକ୍ଷୟତ୍ରୀ ୧୦ଟାରୁ ୪ଟା ଯାଏଁ କାର୍ଯ୍ୟ କରୁଥିଲେ।

ଏହାସହ ପିଲାମାନଙ୍କୁ ଫିଲଟର ପାଣି ଦିଆଯିବାକୁ ମଧ୍ୟ ନିଷ୍ପତି ନିଆଯାଇଛି।

ନୂଆ ନିଷ୍ପତି ଅନୁଯାୟୀ, ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବା ସମୟରେ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହିବେ। ଏହାସହ ପିଲାମାନଙ୍କ ସମସ୍ତ ରେକର୍ଡକୁ ଅପ୍‌ଡେଟ୍‌ ରଖିବାକୁ ନିର୍ଦ୍ଦେଶ ନିଆଯାଇଛି।

Comment