ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାପ୍‌ର ବାଦଶାହ ବଲିଉଡର କିଙ୍ଗଖାନ୍‌ ଶାହରୁଖଙ୍କ ଜଣେ ବଡ଼ ଫ୍ୟାନ। ଏଥିପାଇଁ ସେ ତାଙ୍କ ନାଁ ବଦଳେଇ ଶାହରୁଖଙ୍କ ଫିଲ୍ମର ନାଁ ବାଦଶାହକୁ ନିଜ ନାଁ ରଖି ଦେଇଥିଲେ। ଏବେ ସେ ବାଦଶାହ ନାଁରେ ହିଁ ସବୁଠି ପରିଚିତ। ତେବେ ଆସନ୍ତୁ ଜାଣିବା ବାଦଶାହଙ୍କ ରିଅଲ ନାଁ କ’ଣ?

ଇଣ୍ଡିଆ ଟୁ ଡେ’ର କାର୍ଯ୍ୟକ୍ରମ ସଫାଇଗିରି ଆଓ୍ୱାର୍ଡ ୨୦୧୯ରେ ବାଦଶାହଙ୍କ ରିଅଲ ନାଁର ଖୁଲାସା ହୋଇଛି। ତାଙ୍କର ରିଅଲ ନାଁ ହେଉଛି ଆଦିତ୍ୟ ପ୍ରତୀକ ସିଂହ ସିସୋଡିଆ।

ନିଜ ନାଁ ବଦଳାଇବାର ଅନ୍ୟ ଏକ କାରଣ ହେଉଛି ବାଦଶାହ ତାଙ୍କର ପ୍ରତି ଗୀତରେ ନିଜ ନାଁ ନିଅନ୍ତି। ତାଙ୍କ ରିଅଲ ନାଁ ଏତେ ବଡ଼ ହୋଇଥିବାରୁ ଗୀତରେ ନିଜ ନାଁ ନେବା ସମ୍ଭବ ନଥିଲା। ସେଥିପାଇଁ ସେ ତାଙ୍କ ଷ୍ଟେଜ ନାଁ ବାଦଶାହ ରଖିଥିଲେ। ଧୀରେ ଧୀରେ ତାଙ୍କର ଲୋକପ୍ରିୟତା ବଢ଼ିବା ସାଙ୍ଗେ ସାଙ୍ଗେ ସେ ବାଦଶାହ ନାଁରେ ପରିଚିତ ହୋଇଗଲେ।

Comment