ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ଗାଡ଼ି ରେଜିଷ୍ଟ୍ରେସନ୍‌ କରିବା ପାଇଁ ଦଶହରାରେ ଦୁଇ ଦିନ ଖୋଲା ରହିବ ଆରଟିଓ ଅଫିସ୍‌।

ଦଶହରା ପୂଜା ଛୁଟିରେ ଦୁଇ ଦିନ ଖୋଲା ରହିବ ଆର୍‌ଟିଓ ଅଫିସ୍‌। ଦୁର୍ଗାପୂଜା ଅବସରରେ ଅଧିକ ଗାଡ଼ି କିଣାକିଣିକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଏହି ନିର୍ଦ୍ଦେଶନାମା ଜାରି କରିଛି। ଆରଟିଓ ଅଫିସ୍‌ର ରେଜିଷ୍ଟ୍ରେସନ୍‌ କାଉଣ୍ଟରକୁ ଆସନ୍ତା ୫ ତାରିଖ ଏବଂ ୭ ତାରିଖ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ। ଏହି ଦୁଇ ଦିନ ଆର୍‌ଟିଓ ଅଫିସରେ ୩ଟାରୁ ୫ ଯାଏଁ ରେଜିଷ୍ଟ୍ରେସନ୍‌ କରିପାରିବେ।

କୌଣସି ସୋ’ରୁମ୍‌ ବା ଡିଲର ବିନା ରେଜିଷ୍ଟ୍ରେସନ୍‌ରେ ଗାଡ଼ି ବିକ୍ରି କରିପାରିବେ ନାହିଁ। ଯଦି ବିନା ରେଜିଷ୍ଟ୍ରେସନ୍‌ରେ ଗାଡ଼ି ବିକ୍ରି କରନ୍ତି, ତେବେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ପରିବହନ ବିଭାଗ।

କିନ୍ତୁ ଅକ୍ଟୋବର ୫ରୁ ୮ ଯାଏଁ ଛୁଟି ଥିବାରୁ ଏହି ଦିନରେ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଦିଆଯିବ ନାହିଁ।

Comment