ଓଡ଼ିଶାଲାଇଭ ବ୍ୟୁରୋ

ସ୍ଵଚ୍ଛ ଭାରତକୁ ଅଧିକ ଗତିଶୀଳ କରିବାକୁ ମଧ୍ୟପ୍ରଦେଶ ସରକାରଙ୍କ ନୂଆ ଯୋଜନା। ବିବାହ ପୂର୍ବରୁ ବରକନ୍ୟା ଶୌଚାଳୟରେ ସେଲଫି ନେଇ ବିଏମ୍‌ସିକୁ ଦେଲେ ଆର୍ଥିକ ସହାୟତା ମିଳିବ ବୋଲି ଭୋପାଳ ମହାନଗର ନିଗମ ଘୋଷଣା କରିଛି। ସହାୟତା ବାବଦକୁ ୫୧ ହଜାର ଟଙ୍କା ପ୍ରଦାନ କରାଯିବ।

ଏହି ୫୧ ହଜାର ଟଙ୍କାକୁ ୩ଟି କିସ୍ତିରେ ପ୍ରଦାନ କରାଯିବ। ପ୍ରଥମେ କନ୍ୟାର ବ୍ୟାଙ୍କ ଆକାଉଣ୍ଟରେ ସିଧା ଜମା ହେବ ୪୩ ହଜାର ଟଙ୍କା। ପରେ ୫ ହଜାର ଘରକରଣା ଜିନିଷ ଓ ୩ ହଜାର ବିବାହ ସହାୟତା ମିଳିବ ବୋଲି ଘୋଷଣା କରାଯାଇଛି।

ପୂର୍ବରୁ ପ୍ରତି ଘରେ ଶୌଚାଳୟ ଅଛି କି ନାହିଁ ବିଏମ୍‌ସି ଅଧିକାରୀ ଯାଇ ବୁଲି ବୁଲି ଦେଖୁଥିଲେ। ତେବେ ବର୍ତ୍ତମାନ ଏହି ନୂଆ ନିୟମକୁ ଲାଗୁ କରିଛି ଭୋପାଳ ମହାନଗର ନିଗମ।

ନିକଟରେ ଅକ୍ଷୟ କୁମାରଙ୍କ ଏକ ଫିଲ୍ମ ‘ଟଏଲେଟ ଏକ ପ୍ରେମ କଥା’ ରିଲିଜ ହୋଇଥିଲା। ଏଥିରେ ମଧ୍ୟ ଅକ୍ଷୟ କୁମାର ବିବାହ ପରେ ନିଜ ସ୍ତ୍ରୀ ସହ ସେଲଫି ନେଇଥିଲେ।

Comment