ଓଡ଼ିଶାଲାଇଭ ବ୍ୟୁରୋ

ମାଛ ପେଟରେ ଲେଖା ଅଛି ଅହ୍ଲା। ଏବେ ତାକୁ କିଣିବା ପାଇଁ ଲାଗିଛି ଗହଳି। ଲାଗୁଛି ମୋଟା ଅଙ୍କର ନିଲାମ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ସାମଲି ଜିଲ୍ଲାରେ। ଏଠାରେ ଜଣେ ଯୁବକଙ୍କ ଘରେ ଏକ ଏମିତି ମାଛ ଦେଖିବାକୁ ମିଳିଛି ଯାହା ପେଟରେ ଆହ୍ଲା ଲେଖା ଅଛି। ଏହି ମାଛ ଯୁବକଙ୍କ ଘରେ ଥିବା ଆକ୍ଵାରିୟମରେ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମାଛକୁ କିଣିବାକୁ ଏବେ ନିଲାମ ଲାଗିଛି। ବର୍ତ୍ତମାନ ଏହାକୁ ୫କୋଟି ପର୍ଯ୍ୟନ୍ତ ନିଲାମ ଡକା ହୋଇଛି।

ସାମଲି ଜିଲ୍ଲାରେ କୋରାନ ଅଞ୍ଚଳରେ ସଇଦ ଅହମ୍ମଦଙ୍କ ଘରେ ଏହି ମାଛ ଦେଖିବାକୁ ମିଳିଛି। ସଇଦ ଅହମ୍ମଦଙ୍କ ପୁଅ ସବାବ ଅହମ୍ମଦ ୭/୮ ମାସ ହେବ ଏକ ମାଛକୁ ଆକ୍ଵାରିୟମରେ ଆଣି ରଖିଥିଲେ। ଯେମତି ଯେମତି ମାଛ ବଡ଼ ହେବାକୁ ଲାଗିଲା ମାଛ ପେଟରେ ଆହ୍ଲା ନାଁ ଦେଖାଯାଇଥିଲା। ପରେ ଏହି ଘଟଣା ପୁରା ରାଜ୍ୟରେ ବ୍ୟାପି ଯାଇଥିଲା।

ବର୍ତ୍ତମାନ ଲୋକ ଏହି ମାଛକୁ ଦେଖିବାକୁ ଶବାବ ଅହମ୍ମଦଙ୍କ ଘରେ ପହଞ୍ଚିଛନ୍ତି। ଏହାଛଡ଼ା ମାଛକୁ କିଣିବାକୁ ନିଲାମ ମଧ୍ୟ ଲାଗୁଛି। ରାସିଦ ଖାନ ନାମକ ଜଣେ ବ୍ୟକ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ନିଲାମ ୫ଲକ୍ଷ ଟଙ୍କା ଡାକିଛନ୍ତି।

Comment