ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରମ୍ପ ଓ ଓବାମାଙ୍କୁ ପଛରେ ପକାଇଲେ ନରେନ୍ଦ୍ର ମୋଦୀ। ୩ କୋଟି ଟପିଲା ନରେନ୍ଦ୍ର ମୋଦୀଙ୍କ ଇନ୍‌ଷ୍ଟାଗ୍ରାମ୍‌ ଫଲୋୟର୍ସ ସଂଖ୍ୟା।

ଇନ୍‌ଷ୍ଟାଗ୍ରାମ୍‌ର ସବୁଠୁ ଲୋକପ୍ରିୟ ନେତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋସିଆଲ ମିଡିଆରେ ମୋଦୀ ସମସ୍ତ ନେତାଙ୍କୁ ପଛରେ ପକାଇ ଦେଇଛନ୍ତି। ମୋଦୀଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ଫଲୋ କରିଛନ୍ତି ୩୦ ମିଲିୟନ୍‌ ବା ୬ କୋଟି ଫଲୋୟର୍ସ।

ନରେନ୍ଦ୍ର ମୋଦୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକଉଣ୍ଟରେ ମୋଟ୍‌ ୩୫୦ଟି ଫଟୋ ସେୟାର କରିଛନ୍ତି। ସେଥିମଧ୍ୟରୁ ଅନେକ ଫଟୋ ବେଶି ଲାଇକ୍‌ ହୋଇଛି।

ନିକଟରେ ମୋଦୀ ମାମଲାପୁରମ୍‌ ବେଳାଭୂମିରେ ସଫେଇ କାର୍ଯ୍ୟ କରିଥିଲେ। ଉକ୍ତ ଫଟୋଟି ମୋଦୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଥିଲେ। ସେହି ଫଟୋଟିକୁ ୪.୫ ମିଲିୟନ୍‌ ଲୋକ ଲାଇକ୍‌ କରିଥିବା ବେଳେ ୬୧ ହଜାର ଲୋକ କମେଣ୍ଟ ଦେଇଥିଲେ।

ଟୁଇଟରରେ ବି ମୋଦୀ ବେଶ୍‌ ଲୋକପ୍ରିୟ।

ଏହି ଫଲୋୟର୍ସ ଲିଷ୍ଟରେ ଜୋକୋ ଓ୍ଵିଡୋଡୋ ଦ୍ଵିତୀୟ ସ୍ଥାନରେ ଥିବା ବେଳେ ବାରାକ ଓବାମା ତୃତୀୟ ସ୍ଥାନରେ ରହିଛନ୍ତି। ଓବାମାଙ୍କ ଫଲୋୟର୍ସ ସଂଖ୍ୟା ୨୪.୮ ମିଲିୟନ୍‌ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚତୁର୍ଥ ସ୍ଥାନରେ ରହିଛନ୍ତି। ତାଙ୍କ ଫଲୋୟର୍ସ ସଂଖ୍ୟା ୧୪.୯ ମିଲିୟନ୍‌ ରହିଛି।

Comment