ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦକ୍ଷିଣ ଭାରତୀୟ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ୍‌ ‘କବୀର ସିଂହ’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହେବା ପରେ ଏହାର ମୂଳ ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ଫ୍ୟାନ୍ସଙ୍କ ମନରେ ଉତ୍ସାହ। ‘ଅର୍ଜୁନ ରେଡ୍ଡୀ’ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସାଉଥ୍‌ ଅଭିନେତା ବିଜୟ ଦେବରାକୋଣ୍ଡା ଏବଂ ଅଭିନେତ୍ରୀ ସାଲିନୀ ପାଣ୍ଡେ। ଆଉ ଏବେ ଦକ୍ଷିଣୀ ସୁନ୍ଦରୀ ସାଲିନୀ ପାଣ୍ଡେ ବଲିଉଡ୍‌ରେ ଏଣ୍ଟ୍ରୀ କରିବା ନେଇ ଖବର ଆସିଛି।

ଏଥର ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ ସହ ରୋମାନ୍ସ କରିବେ ସାଲିନୀ। ରଣବୀର ସିଂହଙ୍କ ଆଗାମୀ ଫିଲ୍ମ ‘ଜୟେଶ ଭାଇ ଜୋରଦାର’ରେ ସାଲିନୀ ନାୟିକା ହେବା କଥା ଚର୍ଚ୍ଚା ହେଉଛି। ୟଶରାଜ ଫିଲ୍ମ ଦ୍ୱାରା ନିର୍ମିତ ହେବାକୁ ଯାଉଥିବା ଏହି ଫିଲ୍ମ ପାଇଁ ଏହି ଦକ୍ଷିଣୀ ସୁନ୍ଦରୀ ଆଗରେ ଥିବା କୁହାଯାଉଛି।

‘ଜୟେଶ ଭାଇ ଜୋରଦାର’ ଫିଲ୍ମ ଜରିଆରେ ସାଲିନୀ ବଲିଉଡ୍‌ରେ ଏଣ୍ଟ୍ରୀ କରିପାରନ୍ତି। ଏଥିପାଇଁ ସେ ୟଶରାଜ ଷ୍ଟୁଡିଓ ଆସି ନିଜର ସାକ୍ଷାତକାର ମଧ୍ୟ ଦେଇସାରିଛନ୍ତି। ରଣବୀରଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘୮୩’ ମୁକ୍ତିଲାଭ କରିବା ପରେ ଏହି ଫିଲ୍ମର ସୁଟିଂ କାମ ଆରମ୍ଭ ହେବ। ଫିଲ୍ମ ‘ଜୟେଶ ଭାଇ ଜୋରଦାର’ ଏକ ଗୁଜୁରାଟୀ ପିଲାର କାହାଣୀ ଉପରେ ନିର୍ମିତ ହେଉଛି।

Comment