ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ବାୟୁ ପଦୂଷଣ ସ୍ଥିତି ବିଗିଡ଼ିବାରେ ଲାଗିଛି। ପ୍ରଦୂଷଣର କୁହୁଡ଼ି ଓ ଧୂଆଁ ଘେରରେ ଏବେ ଦିଲ୍ଲୀବାସୀ। ଦୀପାବଳିରେ ବାଣ ଫୁଟାଇବା ଦ୍ୱାରା ପ୍ରଦୂଷଣ ସୀମା ଟପିଯାଇଛି। ରବିବାର ବାଣ ଫୁଟାଇବା କାରଣରୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ିଯାଇଛି।

ଦିଲ୍ଲୀର କିଛି ସ୍ଥାନରେ ପ୍ରଦୂଷଣର ମାତ୍ରା ୨୮୦ ଥିବା ବେଳେ ଆଜି ସକାଳୁ ଏହି ସ୍ତର ୫୦୦ରେ ପହଞ୍ଚିଛି।

ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାର ଲାଗିଛି। ଏଭଳି ପରିସ୍ଥିତି ଦିଲ୍ଲୀବାସୀଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇବା ଆଶଙ୍କା ପ୍ରକାଶ ପାଇଛି। ପ୍ରଦୂଷଣ ଏତେ ମାତ୍ରାରେ ବଢ଼ିଯାଇଛି ଯେ, ଦିଲ୍ଲୀ ବାସିନ୍ଦା ମାସ୍କ ପିନ୍ଧି ଘରୁ ବାହାରକୁ ବାହାରୁଛନ୍ତି। ଜନସଂଖ୍ୟା ବଢ଼ିବା ସାଙ୍ଗକୁ ଗାଡ଼ି ମଟର ସଂଖ୍ୟା ବୃଦ୍ଧି ହେଉଛି ଏହାର ମୁଖ୍ୟ କାରଣ। ଏଥିସହ ଜଙ୍ଗଲ କ୍ଷୟ ଓ ଅଧିକ ସଂଖ୍ୟାରେ କଳକାରଖାନା ସ୍ଥାପନ କରିବା ଦିଲ୍ଲୀ ପ୍ରଦୂଷଣ ସ୍ଥିତିକୁ ଆହୁରି ଖରାପ କରିବାରେ ଲାଗିଛି।

Comment