ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିଟିସି ବସ୍ ଓ ମେଟ୍ରୋ ଟ୍ରେନରେ ମହିଳାଙ୍କ ମାଗଣା ଯାତ୍ରା ପାଇଁ ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଛନ୍ତି। ଯାହାକୁ ଭୋଟ୍ ସଂଗ୍ରହର ନୂଆ ଫର୍ମୁଲା ବୋଲି କହିଛନ୍ତି ବିଜେପି ନେତା ମନୋଜ ତିୱାରୀ।

ବିଜେପି ନେତା ମନୋଜ ତିୱାରୀ କହିଛନ୍ତି, “ଆମ୍‌ ଆଦ୍‌ମୀ ପାର୍ଟି ଦିନକୁ ଦିନ ଦିଲ୍ଲୀ ଉପରୁ ନିଜର ପ୍ରତିପତ୍ତି ହରାଇବାରେ ଲାଗିଛି। ତେଣୁ ଏପରି କେତେଗୁଡ଼ିଏ ମିଥ୍ୟା ଆଶା ଦେଖାଇ ସେମାନେ ଲୋକଙ୍କଠାରୁ ଭୋଟ ସଂଗ୍ରହ କରିବାକୁ ଯୋଜନା କରୁଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି, “ଏହା ଗୋଟିଏ ଭଲ ଯୋଜନା। କିନ୍ତୁ ବର୍ତ୍ତମାନ ଦିଲ୍ଲୀରେ ଏକ କୋଟି ମହିଳାଙ୍କ ପାଇଁ ପାଖାପାଖି ୨୦ ହଜାର ସରକାରୀ ବସ୍‌ର ଦରକାର ଅଛି କିନ୍ତୁ ଦିଲ୍ଲୀରେ ଏବେ ପାଖାପାଖି ୩୫୦୦ଟି ସରକାରୀ ବସ ରହିଛି। ଯାହାକି ପର୍ଯ୍ୟାପ୍ତ ନୁହେଁ। ତେଣୁ ପ୍ରଥମେ ବସର ସୁବିଧା କରିବା ପରେ ଏଭଳି ଯୋଜନା କରିଥିଲେ ଭଲ ହୋଇଥାନ୍ତି।”

ଆସନ୍ତା ବର୍ଷ ଫେବ୍ରୁଆରି ମାସରେ ଦିଲ୍ଲିରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ୭୦ ଟି ବିଧାନସଭା ଆସନରେ ଦିଲ୍ଲୀରେ ହେବ ନିର୍ବାଚନ। ନିର୍ବାଜନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏଭଳି ଘୋଷଣା ଭୋଟ୍ ସଂଗ୍ରହର ନୂଆ ଫର୍ମୁଲା ବୋଲି କହିଛନ୍ତି ବିଜେପି ନେତା ମନୋଜ ତିୱାରୀ।

Comment