ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୩୧ ତାରିଖ ବା ଆସନ୍ତା କାଲି ନଅ ଘଣ୍ଟା ଧରି ବନ୍ଦ ରହିବ ବିଦ୍ୟୁତ୍‌ ସରବରାହ। ବିଦ୍ୟୁତ୍‌ ମରାମତି ଓ ରକ୍ଷଣାବେକ୍ଷଣ କରିବା ପାଇଁ ଏହି ସେବାକୁ କିଛି ସମୟ ଲାଗି ବନ୍ଦ କରାଯିବ।

ସକାଳ ୮ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଦୀର୍ଘ ୯ ଘଣ୍ଟା ଧରି କେନ୍ଦ୍ରାପଡ଼ାର ମାର୍ଶାଘାଇ, ମହାକାଳପଡ଼ା, କୋରୁଅ ଏବଂ ଲୁଣ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ରହିବ।

ସେହିପରି ସକାଳ ୯ଟାରୁ ସାଢ଼େ ୧ ପର୍ଯ୍ୟନ୍ତ ଦୀର୍ଘ ୫ ଘଣ୍ଟା ଧରି ପାହାଳ, ନଖରା, ବାଲିଅନ୍ତା ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ।

ଢେଙ୍କାନାଳର ରାଶୋଳ ଓ କଳିଙ୍ଗ ଅଞ୍ଚଳରେ ସକାଳ ୯ରୁ ଗୋଟାଏ ଯାଏଁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ରହିବ ବୋଲି ସେସୁ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

Comment