ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ପରଦାରେ ପୁଣି ଚମକିବ ଆଉ ଏକ ଓଡ଼ିଆ ଚେହେରା। ନାଁଟି ତାଙ୍କର ପ୍ରେମ୍‌ ପରିଜା। ପିଲାଟି ଦିନୁ ବଡ଼ ପରଦାରେ ଅଭିନୟ କରିବାର ସ୍ୱପ୍ନ ଶେଷରେ ତାଙ୍କର ପୂରା ହୋଇଛି।

ନିଖିଲ୍ ଆଡ୍‌ଭାନୀଙ୍କର ଆଗାମୀ ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ପାଇଛନ୍ତି ପ୍ରେମ୍‌। ବତ୍ତର୍ମାନ୍‌ ଯାଏଁ ଫିଲ୍ମର ନାଁ ସ୍ଥିର କରାଯାଇନାହିଁ।

ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିବା ପ୍ରେମ୍‌ ସେଣ୍ଟ୍‌ ଜୋସେଫ୍ ସ୍କୁଲ୍‌ରେ ୧୦ମ ଶିକ୍ଷା ସାରି ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ଚାଲିଯାଇଥିଲେ। ସେଠାରେ ସେ ଡିପିଏସ୍‌ ଆର୍‌ କେ ପୁରମ୍‌ରେ ଯୁକ୍ତଦୁଇ ଏବଂ ଦିଲ୍ଲୀ ୟୁନିଭର୍ସିଟିର ହନ୍ସ୍‌ ରାଜ୍‌ କଲେଜରୁ ସ୍ନାତକ ଶିକ୍ଷା ଶେଷ କଲେ। ପାଠପଢ଼ା ବେଳୁ ଥିଏଟର୍‌ରେ ଅଭିନୟ ଶିକ୍ଷା ଆରମ୍ଭ କରିସାରିଥିଲେ ସେ।

ନିଜ ଲକ୍ଷ୍ୟକୁ ପୂରା କରିବା ପାଇଁ ପାଠପଢ଼ା ପରେ ମୁମ୍ବାଇ ଆସି ଅଭିନୟ ପାଇଁ ବିଭିନ୍ନ ଜାଗାରେ ଅଡିସନ୍‌ ଦେଇଥିଲେ ସେ। କିନ୍ତୁ ସବୁ ଜାଗାରୁ ପ୍ରଥମେ ରିଜେକ୍ସନ୍ ମିଳିଥିଲା। କିନ୍ତୁ ସେ କେବେ ବି ହାର୍ ମାନି ନଥିଲେ।

ଫିଲ୍ମ ନିର୍ମାଣ ବିଷୟରେ ଅଧିକ ଜାଣିବା ପାଇଁ ବଲିଉଡ୍‌ର ବିଭିନ୍ନ ନିର୍ଦ୍ଦେଶକଙ୍କ ପାଖରେ କାମ ଶିଖିଥିଲେ ପ୍ରେମ୍‌। ୨୦୧୪ରେ ଅର୍ସଦ ଓ୍ୱାର୍ସି ଅଭିନୀତ “ଓ୍ୱେଲକମ୍‌ ଟୁ କରାଚି” ଫିଲ୍ମରୁ ଆସିଷ୍ଟାଣ୍ଟ ଡାଇରେକ୍ଟର୍ ଭାବେ କାମ କରିବା ଆରମ୍ଭ କରିଥିଲେ ସେ।

Comment