ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବ୍ ଶୀଘ୍ର ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବଲିଉଡ୍‌ର ଶ୍ରେଷ୍ଠ ଖଳନାୟକ ଅମରିସ୍‌ ପୁରୀଙ୍କ ନାତି ବର୍ଦ୍ଧନ୍ ପୁରୀ। ଫିଲ୍ମ “ୟେ ଶାଲି ଆଶିକି”ରୁ ବଲିଉଡ୍‌ରେ ଡେବ୍ୟୁ କରିବେ ବର୍ଦ୍ଧନ୍।

ବଦ୍ଧର୍ନଙ୍କ ବିପକ୍ଷରେନବାଗତା ଶିବାଲିକା ଓବରଏଙ୍କୁ ଦେଖିବାକୁ ମିଳିବ। ଶିବାଲିକା ହେଉଛନ୍ତି ଫିଲ୍ମ ନିର୍ମାତା ମହାବୀର ଓବରଏଙ୍କର ନାତୁଣୀ।

ବର୍ଦ୍ଧନଙ୍କ ବଲିଉଡ୍ ଏଣ୍ଟ୍ରିକୁ ନେଇ ବହୁତ ଦିନ ହେଲା ଚର୍ଚ୍ଚା ଚାଲିଥିବା ବେଳେ ଫିଲ୍ମର ଏକ ପୋଷ୍ଟର୍‌ ଇନ୍‌ଷ୍ଟାରେ ସେୟାର୍‌ କରି ଏହି ଖବର ସ୍ପଷ୍ଟ କରିଛନ୍ତି ସେ।

“ମୋ ଜେଜେବାପା ହେଉଛନ୍ତି ମୋର ଗୁରୁ। ତାଙ୍କୁ ଯେପରି ଭଲ ପାଇବା ମିଳିଛି ସେହିପରି ମତେ ବି ମିଳିବ ବୋଲି ଆଶା କରୁଛି” କହିଛନ୍ତି ବର୍ଦ୍ଧନ। ଆସନ୍ତା ନଭେମ୍ବର ୨୨ ତାରିଖରେ ଫିଲ୍ମଟି ରିଲିଜ ହେବ। ଚିରାଗ ରୁପ୍‌ଲେର୍ “ୟେ ଶାଲି ଆଶିକି”ର ନିର୍ଦ୍ଦେଶନା ଦେଇଛନ୍ତି।

Comment