ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମାପ ଓଜନ ବିଭାଗର ବରିଷ୍ଠ ଇନ୍ସପେକ୍ଟର। ତାଙ୍କ ନାଁ ବିଶ୍ରାନ୍ତ ସେଠୀ। ବିଶ୍ରାନ୍ତଙ୍କଠାରୁ ୧ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ବର୍ତ୍ତମାନ ତାଙ୍କୁ ଭିଜିଲାନ୍ସ ଅଟକ ରଖି ପଚରାଉଚରା କରୁଛି।

ତାଙ୍କ ନାଁରେ ପେଟ୍ରୋଲ ପମ୍ପ ମାଲିକ ଓ ତେଲ ଟ୍ୟାଙ୍କରରୁ ଟଙ୍କା ଆଦାୟ ଅଭିଯୋଗ ରହିଛି। ବିଶ୍ରାନ୍ତଙ୍କ ପାରାଦୀପସ୍ଥିତ କାର୍ଯ୍ୟାଳୟରେ କଟକ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା। ପରେ ବାଲେଶ୍ଵରରେ ଥିବା ସମ୍ପର୍କିୟଙ୍କ ଘରେ, ଯାଜପୁର ଘର ଓ ପାରାଦୀପ ଦୋଛକି ଭଡ଼ା ଘରେ ଚଢ଼ାଉ ହୋଇଛି।

Comment