ଓଡ଼ିଶାଲାଇଭ୍‌ ବ୍ୟୁରୋ

ବକ୍ସ ଅଫିସରେ କବୀର ସିଂହ ସଫଳତା ପରେ ଏବେ ସାଉଥ୍‌ ରିମେକ୍‌ ଫିଲ୍ମ ‘ଜର୍ସି’କୁ ନେଇ ଚର୍ଚ୍ଚାରେ ଅଛନ୍ତି ସାହିଦ କପୁର। ଏବେ ଏହି ଫିଲ୍ମରେ ସାହିଦଙ୍କ ନାୟିକା କିଏ ହେବେ ତାହା ଘୋଷଣା ହୋଇଛି।

ଫିଲ୍ମରେ ସାହିଦଙ୍କ ଅପୋଜିଟରେ ମୃଣାଳ ଠାକୁର ନଜର ଆସିବେ। ସୁପର ୩୦, ବାଟଲା ହାଉସ୍‌ ଭଳି ହିଟ୍‌ ଫିଲ୍ମରେ ଅଭିନୟ କରିବା ପରେ ସାହିଦଙ୍କ ସହ ପ୍ରଥମ ଥର ଅଭିନୟ କରିବେ ମୃଣାଳ।

ଆଲ୍ଲୁ ଅରବିନ୍ଦ, ଦିଲ୍ ରାଜୁ ଓ ଅମନ୍ ଜିଲ୍‌ ଜର୍ସି ଫିଲ୍ମକୁ ନିର୍ମାଣ କରୁଥିଲା ବେଳେ ଗୌତମ ତିନ୍ନାନାଉରୀ ନିର୍ଦ୍ଦେଶନା ଦାୟିତ୍ୱ ରହିବେ। ୨୦୨୦ ଅଗଷ୍ଟ ୨୮ ତାରିଖରେ ଫିଲ୍ମଟି ରିଲିଜ୍ ହେବ ବୋଲି କୁହାଯାଇଛି।

Comment