ଓଡିଶାଲାଇଭ୍ ବ୍ୟୁରୋ

ବିଜେପିରୁ ଇସ୍ତଫା ଦେବା ପରେ ଏବେ ବରିଷ୍ଠ ନେତା ଦାମୋଦର ରାଉତ ଦଳ ଉପରେ ବର୍ଷିଛନ୍ତି। ମହାରାଷ୍ଟ୍ର ଘଟଣାକୁ କେନ୍ଦ୍ର କରି ବୁଧବାର ସେ ବିଜେପିକୁ ଟାର୍ଗେଟ୍ କରିଛନ୍ତି।

‘‘ବିଜେପି ଦେଶରେ ଗଣତନ୍ତ୍ର ବଦଳରେ ଦଳତନ୍ତ୍ର କରିବାକୁ ଚେଷ୍ଟା କରୁଛି। ବିଜେପି ସବୁ ରାଜ୍ୟରେ ନିଜ ସରକାର ହିଁ କରିବାକୁ କେବଳ ନୀତିହୀନ କାର୍ଯ୍ୟ କରୁଛି’’, କହିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାରାଦେଶରେ ବିଜେପି ଅଣ ବିଜେପି ଦଳକୁ ଭାଙ୍ଗି ସରକାର ଗଠନ କରିବାକୁ ଚେଷ୍ଟା କରୁଛି। ହେଲେ ମହାରାଷ୍ଟ୍ରରେ ବିଜେପିର ଏହି ମିଶନ ଫେଲ୍ ମାରିଛି। ଅଜିତ୍ ପାୱାରଙ୍କୁ ନେଇ ବିଜେପି ଯେଉଁ ରାତିଅଧିଆ ସରକାର କରିଥିଲା ପୂର୍ବରୁ କେବେ ଭାରତୀୟ ରାଜନୀତିରେ ଏମିତି ଦୃଶ୍ୟ ଦେଖିବାକୁ ମିଳିନଥିଲା।

ଏନସିପି ନେତା ଶରଦ ପାୱାରଙ୍କ ସାହାସ ପ୍ରଶଂସାରେ ପୋତି ପକାଇଛନ୍ତି ଦାମୋଦର ରାଉତ। ବିଜେପି ତାଙ୍କ ଦଳକୁ ଭାଙ୍ଗି ଦେଇଥିଲେ ମଧ୍ୟ ସେ ସରକାର ଗଠନ ପାଇଁ ଯେଉଁ ଦମ୍ଭ ଦେଖାଇଛନ୍ତି ତାକୁ ପ୍ରଶଂସା କରିଛନ୍ତି।

Comment