ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି)ର ୨୪ରୁ ଅଧିକ ପଲିସି ଡିସେମ୍ଵର ୧ରୁ ବନ୍ଦ ହେବାକୁ ଯାଉଛି। ଏନେଇ ଏଲଆଇସି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

ଇନ୍‌ସୁରାନ୍ସ ରେଗୁଲେଟୋରୀ ଓ ଡେଭଲପମେଣ୍ଟ ଅଥରିଟି (ଆଇଆରଡିଏ)ର ନୂଆ ଗାଇଡଲାଇନ୍ ଅନୁସାରେ ଏଲ୍ଆଇସି କମ୍ପାନି ତା’ର ଜୀବନ ଆନନ୍ଦ, ଜୀବନ ଉମଙ୍ଗ, ଜୀବନ ଲକ୍ଷ୍ୟ ଓ ଜୀବନ ଲାଭ ଭଳି ୨୪ରୁ ଅଧିକ ପଲିସି ବନ୍ଦ କରିଦେବ। ତେବେ ପୂର୍ବରୁ ଏହି ପଲିସିରେ ଥିବା ପଲିସି ହୋଲ୍‌ଡରମାନେ ପୂର୍ବଭଳି ଏହାର ଲାଭ ଉଠାଇପାରିବେ।

ଡିସେମ୍ବର ୧ ତାରିଖରୁ ଏଲ୍ଆଇସି କମ୍ପାନି ଆଇଆରଡିଏର ନୂଆ ଗାଇଡଲାଇନ୍ ଅନୁସାରେ ଆହୁରି ଅନେକ ନୂଆ ପ୍ଲାନ୍ ଆଣିବାକୁ ଯାଉଛି। ଏହି ନୂଆ ପ୍ଲାନଗୁଡ଼ିକରେ ବୋନସ୍ ରେଟ୍ କମ୍ ରହିଥିବାବେଳେ ପ୍ରିମିୟମର ପରିମାଣ ଅଧିକ ରହିବ ବୋଲି ସୂଚନା ମିଳିଛି।

Comment