ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୀବନ ବୀମା ନିଗମ(ଏଲ୍‌ଆଇସି) ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି କ୍ରେଡିଟ୍‌ କାର୍ଡ ଜରିଆରେ ଏଲ୍‌ଆଇସିର କୌଣସି ପ୍ରିମିୟମ ଭରିଲେ ଆପଣଙ୍କୁ କୌଣସି ଅତିରିକ୍ତ ଫି’ ଦେବାକୁ ପଡ଼ିବନି। ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ କମ୍ପାନି ଏଭଳି ନିଷ୍ପତ୍ତି ନେଇଛି।

ଏପର୍ଯ୍ୟନ୍ତ କ୍ରେଡିଟ୍‌ କାର୍ଡ ପେମେଣ୍ଟ ଉପରେ ଗ୍ରାହକଙ୍କୁ ଅତିରିକ୍ତ ଫି’ ଦେବାକୁ ପଡ଼ୁଥିଲା। ଏହି ସୁବିଧା ଡିସେମ୍ବର ୧ ତାରିଖରୁ ଲାଗୁ ହୋଇଛି। ଗ୍ରାହକ ଏହାର ସୁବିଧା ଉଠାଇ ପାରିବେ।

ଖବର ସରବରାହ ସଂସ୍ଥା ପିଟିଆଇକୁ ଦେଇଥିବା ବୟାନରେ ଏଲ୍‌ଆଇସି କହିଛି, “ଏଣିକି କ୍ରେଡିଟ୍‌ କାର୍ଡ ଜରିଆରେ ପ୍ରିମିୟମ ରିନ୍ୟୁଆଲ, ନୂଆ ପ୍ରିମୟମ, ଲୋନ୍‌ ପାଇଁ ରି-ପେମେଣ୍ଟ, ପଲିସି ପାଇଁ ଦିଆଯାଇଥିବା ଲୋନ୍‌ ଉପରେ ସୁଧ ଭରିଲେ ଆପଣଙ୍କୁ କୌଣସି ଅତିରିକ୍ତ ଫି’ ଦେବାକୁ ପଡ଼ିବନି।”

Comment