ଓଡ଼ିଶାଲାଇଭ୍‌ ବ୍ୟୁରୋ

”ମୁଁ ମରିବାକୁ ଚାହୁଁନି ମା’, ମୁଁ ବଞ୍ଚିବାକୁ ଚାହୁଁଛି। ଯେଉଁମାନେ ମୋର ଏଭଳି ଅବସ୍ଥା କରିଛନ୍ତି ସେମାନଙ୍କୁ ବି ଛାଡ଼ିବନି”,, ମୃତ୍ୟୁ ପୂର୍ବରୁ ଏହା ଥିଲା ଉନ୍ନାଓ ପୀଡ଼ିତାଙ୍କ ଶେଷ କଥା।

ଶରୀରର ୯୦ ପ୍ରତିଶତ ପୋଡ଼ିଯିବା ପରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ନିଜ ପରିବାର ଲୋକଙ୍କୁ ଏମିତି କିଛି କଥା କହିଥିଲେ ପୀଡ଼ିତା। କଥା କହିବାକୁ ସକ୍ଷମ ନଥିଲେ ବି ବାସ୍ଫରୁଦ୍ଧ କଣ୍ଠରେ ଓ ଇସାରାରେ ନିଜ ବଞ୍ଚିବାର ଇଚ୍ଛାକୁ ଜାହିର କରିଥିଲେ ପୀଡ଼ିତା।

ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଶୁକ୍ରବାର ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ଯୁବତୀଙ୍କୁ ଗୁରୁବାର ସନ୍ଧ୍ୟାରେ ଏୟାରଲିଫ୍ଟ କରି ଲକ୍ଷ୍ନୌସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ହସ୍ପିଟାଲରୁ ଦିଲ୍ଲୀ ନିଆଯାଇଥିଲା। ଅନେକ ଚେଷ୍ଟା ପରେ ପୀଡ଼ିତାଙ୍କୁ ଡାକ୍ତର ବଞ୍ଚାଇ ପାରିନଥିଲେ।

କ’ଣ ଥିଲା ଘଟଣା?

୨୦୧୮ ଡିସେମ୍ବରରେ ଯୁବତୀ ଜଣକ ଦୁଷ୍କର୍ମର ଶିକାର ହୋଇଥିଲେ। ଶିବମ ତ୍ରିବେଦୀ ନାଁରେ ଜଣେ ବ୍ୟକ୍ତି ତାଙ୍କୁ ପ୍ରେମ ଜାଲରେ ଫସାଇ ରାୟବରେଲି ନେଇ ଯାଇଥିଲା। ସେଠାରେ ଦୁଷ୍କର୍ମ କରିଥିବା ବେଳେ ଘଟଣାର ଭିଡିଓ ମୋବାଇଲରେ ରେକଡିଂ କରିଥିଲା।

ଶିବମ ତାଙ୍କୁ ଅନେକ ସହର ନେଇ ଯାଇ ଦୁଷ୍କର୍ମ କରିଥିଲା। ପୀଡ଼ିତା ଯେତେବେଳେ ବିବାହ ପାଇଁ ଦାବି କଲା, ଶିବମ ଏଥିରେ ରାଜି ହୋଇ ନଥିଲା। ଯୁବତୀଙ୍କୁ ଜଳାଇଥିବା ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଦୁଷ୍କର୍ମ କରିଥିଲେ। ଏହାପରେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ ହୋଇଥିଲେ ବି କିଛି ଦିନ ପୂର୍ବରୁ ସେମାନେ ଜାମିନରେ ଆସିଥିଲେ।

Comment