ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଞ୍ଚିବା ପାଇଁ ସଂଘର୍ଷ କରି ଶେଷରେ ହାରି ଯାଇଛନ୍ତି ଉତ୍ତରପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା। ଦିଲ୍ଲୀର ସଫଦରଗଂଜ ହସ୍ପିଟାଲରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ଯୁବତୀଙ୍କୁ ଗୁରୁବାର ସନ୍ଧ୍ୟାରେ ଏୟାରଲିଫ୍ଟ କରି ଲକ୍ଷ୍ନୌସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ହସ୍ପିଟାଲରୁ ଦିଲ୍ଲୀ ନିଆଯାଇଥିଲା। ଅନେକ ଚେଷ୍ଟା ପରେ ପୀଡ଼ିତାଙ୍କୁ ଡାକ୍ତର ବଞ୍ଚାଇ ପାରିନାହାନ୍ତି।

ଗୁରୁବାର ଭୋର ସକାଳୁ ୫ ଜଣ ଅଭିଯୁକ୍ତ ଜୀଅନ୍ତା ଜାଳି ଦେଇଥିଲେ। ଘଟଣା ସହିତ ସଂପୃକ୍ତ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି

୨୦୧୮ ଡିସେମ୍ବରରେ ଯୁବତୀ ଜଣକ ଦୁଷ୍କର୍ମର ଶିକାର ହୋଇଥିଲେ। ଶିବମ ତ୍ରିବେଦୀ ନାଁରେ ଜଣେ ବ୍ୟକ୍ତି ତାଙ୍କୁ ପ୍ରେମ ଜାଲରେ ଫସାଇ ରାୟବରେଲି ନେଇ ଯାଇଥିଲା। ସେଠାରେ ଦୁଷ୍କର୍ମ କରିଥିବା ବେଳେ ଘଟଣାର ଭିଡିଓ ମୋବାଇଲରେ ରେକଡିଂ କରିଥିଲା।

ଶିବମ ତାଙ୍କୁ ଅନେକ ସହର ନେଇ ଯାଇ ଦୁଷ୍କର୍ମ କରିଥିଲା। ପୀଡ଼ିତା ଯେତେବେଳେ ବିବାହ ପାଇଁ ଦାବି କଲା, ଶିବମ ଏଥିରେ ରାଜି ହୋଇ ନଥିଲା। ଯୁବତୀଙ୍କୁ ଜଳାଇଥିବା ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଦୁଷ୍କର୍ମ କରିଥିଲେ ।ଏହାପରେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ।  ପୀଡ଼ିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ ହୋଇଥିଲେ ବି କିଛି ଦିନ ପୂର୍ବରୁ ସେମାନେ ଜାମିନରେ ଆସିଥିଲେ।

Comment