ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମରେ ଶୁକ୍ରବାର ଦିଲ୍ଲୀର ତିସ୍ ହଜାରୀ କୋର୍ଟ ରାୟ ଶୁଣାଇଛନ୍ତି। ମାମଲାର ବିଚାର କରି କୋର୍ଟ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।ଏହାସହ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ଅଭିଯୁକ୍ତ ସେଙ୍ଗରଙ୍କୁ ୨୫ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। କୋର୍ଟରେ ଶୁକ୍ରବାର ମାମଲାର ବିଚାର ସମୟରେ ପୀଡ଼ିତାଙ୍କ ଓକିଲ କହିଥିଲେ ଯେ, ଜଣେ ଲୋକ ବିଧାୟକ ହୋଇ ମଧ୍ୟ ଏପରି ଜଘନ୍ୟ କାମ କରିଛନ୍ତି। ଯେଉଁମାନେ ନାଗରିକମାନଙ୍କର ସୁରକ୍ଷା କରିବା ଦରକାର ସେହିମାନେ ହିଁ  ଯଦି ଏପରି କାମ କରିବେ ତେବେ ସେମାନଙ୍କୁ କଠିନରୁ କଠିନ ଦଣ୍ଡରେ ଦଣ୍ଡିତ କରାଯିବା ଦରକାର।ଉତ୍ତର ପ୍ରଦେଶର ଉନ୍ନାଓ ଅଞ୍ଚଳରେ ଜଣେ ନାବାଳିକାକୁ ଚାକିରି ଦେବାର ଲୋଭ ଦେଖାଇ ବିଧାୟକ ଓ ତାଙ୍କର ଦୁଇ ଭାଇ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହାପରେ ଏନେଇ ଅଭିଯୋଗ ହେବା ପରେ ବିଧାୟକ ପୀଡ଼ିତା ଜଣକୁ ମାରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ଏନେଇ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ଡିସେମ୍ବର ୧୬ ମାମଲାର ଶୁଣାଣି କରି ତାଙ୍କୁ ଦୋଷୀ ଭାବେ ବିବେଚନା କରାଯାଇଥିଲା। ଏହାପରେ ଶୁକ୍ରବାର କୋର୍ଟ ତାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ଜାଣନ୍ତୁ କିଏ ଏହି କୁଲଦୀପ ସିଂ ସେଙ୍ଗର? କେମିତି ହୋଇଥିଲା ଉନ୍ନାଓ ଗଣଦୁଷ୍କର୍ମ?

Comment