ଓଡ଼ିଶାଲାଇଭ୍ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନର ନିଆଁ ଏବେ ଚାରିଆଡ଼େ ବ୍ୟାପିବାରେ ଲାଗିଛି। କିଛି ଦିନ ପୂର୍ବେ କେବଳ ଉତ୍ତର ପୂର୍ବ ରାଜ୍ୟରେ ଦେଖାଯାଉଥିବା ଏହି ଆନ୍ଦୋଳନ ଏବେ ଉତ୍ତର ଭାରତ ଆଡ଼କୁ ମୁହାଁଇଛି। ଶନିବାର ଉତ୍ତରପ୍ରଦେଶରେ ନାଗରିକତା ଆଇନକୁ ନେଇ ଜୋରସୋରରେ ବିରୋଧ ଦେଖାଯାଇଛି।

ଗତ କିଛିଦିନ ଧରି ଉତ୍ତରପ୍ରଦେଶ ବିଭିନ୍ନ ଅଞ୍ଚଳରେ ନାଗରିକତା ଆଇନକୁ ନେଇ ବିରୋଧ ଦେଖାଦେଇଛି। ଏପରିକି ଏଥିରେ ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶରେ ୧୧ଜଣ ଲୋକ ପ୍ରାଣ ହରାଇସାରିଲେଣି। ରାଜ୍ୟରେ ଆଇନ୍ କାନୁନକୁ ସ୍ଥିର ରଖିବା ପାଇଁ ପୋଲିସ୍ ପକ୍ଷରୁ ୧୦ ହଜାର ଲୋକଙ୍କ ନାଁରେ ମାମଲା ଦାୟର କରାଯାଇଛି। ଏହାସହ ୬୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ପୋଲିସ୍ ଗିରଫ କରିସାରିଛି।ଆନ୍ଦୋଳନରେ ପ୍ରାଣ ହରାଇଲେ ୧୧ ଲୋକ

ଉତ୍ତରପ୍ରଦେଶରେ ନାଗରିକତା ଆଇନକୁ ବିରୋଧ କରି ବର୍ତ୍ତମାନ ସୁଦ୍ଧା ୧୧ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ଆନ୍ଦୋଳନକାରୀମାନେ ଆନ୍ଦୋଳନ କରୁଥିବା ସମୟରେ ବିଭିନ୍ନ କାରଣ ହେତୁ ପ୍ରାଣ ହରାଇଥିବା ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ କାର୍ଯ୍ୟକ୍ରମ ବାତିଲ୍

ଶନିବାର ରାଜ୍ୟରେ ବିକ୍ଷୋଭ ପରିମାଣ ଏତେ ଜୋରରେ ଥିଲା ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କର ଅନେକ କାର୍ଯ୍ୟକ୍ରମକୁ ବାତିଲ୍ କରିବାକୁ ପଡ଼ିଥିଲା। ଯୋଗୀ ଆଦିତ୍ୟନାଥ ଶନିବାର ରାଜ୍ୟର ରାଜ୍ୟପାଳଙ୍କୁ ସାକ୍ଷାତ କରିବା ସହ ଆମେଥିୋ ଯିବାର କାର୍ଯ୍ୟକ୍ରମ ରହିଥିଲା। ଏହି କାର୍ଯ୍ୟକ୍ରମକୁ ଶେଷ ମୂହୁର୍ତ୍ତରେ ବାତିଲ କରିଦିଆଯାଇଛି।ଆନ୍ଦୋଳନ ହଟାଇବାକ ପୋଲିସ ଆକ୍ସନ ମୁଡରେ

ଉତ୍ତରପ୍ରଦେଶର ପ୍ରୟାଗରାଜ, ଗାଜିୟାବାଦ, ହାପୁଡ, ଲକ୍ଷ୍ନୌ ଆଦି ଅଞ୍ଚଳରେ ଆନ୍ଦୋଳନକାରୀମାନେ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ। ଏହି ଆନ୍ଦୋଳନକୁ ଥମାଇବା ପାଇଁ ପୋଲିସ୍ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ୍ ଏଥିରେ ସାମିଲ ଥିବା ମୁଖ୍ୟ ଆନ୍ଦୋଳନକାରୀଙ୍କ ଫଟୋ ଜାରି କରିବା ସହ ସେମାନଙ୍କୁ ଧରାଇବା ପାଇଁ ପୁରସ୍କାର ଘୋଷଣା କରିଛି। ସେହିପରି ଅନେକ ଆନ୍ଦୋଳନକାରୀଙ୍କୁ ପୋଲିସ ବର୍ତ୍ତମାନ ଗିରଫ କରିନେଇଥିବା ଦେଖାଯାଇଛି।

Comment