ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୁପରହିଟ୍‌ ଫିଲ୍ମ ‘କଭି ଖୁସି କଭି ଗମ୍‌’ ଆଜି ୧୮ ବର୍ଷ ପୂରା କରିଛି। ୟଶରାଜ ପ୍ରଡକ୍ସନର ଏହି ସୁପରହିଟ୍‌ ଫିଲ୍ମ ୨୦୦୧, ଆଜିର ଦିନରେ ରିଲିଜ ହୋଇଥିଲା। ଏଥିରେ ଅମିତାଭ ବଚ୍ଚନ, ଶାହରୁଖ ଖାନ, ଜୟା ବଚ୍ଚନ, କରୀନା କପୁର, ହ୍ରିତିକ ରୋଶନ, କାଜଲଙ୍କ ଭଳି ଲୋକପ୍ରିୟ ଷ୍ଟାରମାନେ ଏକାଠି କାମ କରିଥିଲେ।

ଫିଲ୍ମର କାହାଣୀ, ଡାଇଲଗ ଓ ଗୀତକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।  ଫିଲ୍ମର କାହାଣୀ ଦର୍ଶକଙ୍କୁ ଭାବୁକ କରିଦେଇଥିଲା। ଏହାରିମଧ୍ୟରେ ୧୮ ବର୍ଷ ବିତିଯାଇଥିଲେ ବି ଆଜିବି ଏହି ଫିଲ୍ମ ଦର୍ଶକଙ୍କର ପ୍ରଥମ ପସନ୍ଦ ରହିଛି। ଦର୍ଶକ ଏବେ ଏହି ଫିଲ୍ମଟିକୁ ଦେଖିବାକୁ ପସନ୍ଦ କରୁଛନ୍ତି।

କରଣ ଜୋହରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ବେଶ୍‌ ସଫଳତା ହାସଲ କରିଥିଲା। ଏଥିରେ ପରିବାର, ବନ୍ଧୁ, ପ୍ରେମ ସବୁ ଦିଗକୁ ଗୁରୁତ୍ୱ ଦିଆଯାଇଥିଲା।

Comment