ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶରୀର ପାଇଁ ଉଭୟ ହଳଦି ଏବଂ କ୍ଷୀର ବେଶ୍‌ ଲାଭଦାୟକ। ଜାଣନ୍ତୁ, ଏହାର ଫାଇଦା।

ଋତୁସ୍ରାସ ସମୟରେ ହେଉଥିବା କଷ୍ଟ ଯନ୍ତ୍ରଣା

ଋତୁସ୍ରାସ ସମୟରେ ହେଉଥିବା କଷ୍ଟରୁ ମଧ୍ୟ ମୁକ୍ତି ଦେଇଥାଏ ହଳଦୀ ମିଶ୍ରିତ କ୍ଷୀର। ଯେଉଁ ଲୋକମାନେ ରାତିରେ ଏହାକୁ ପିଇଥାନ୍ତି, ଏହା ତାଙ୍କ ପାଇଁ ଖୁବ ଲାଭଦାୟକ ହୋଇଥାଏ। ହଳଦିରେ ଆମିନୋ ଏସିଡ ଥିବାରୁ କ୍ଷୀର ସହିତ ଏହାକୁ ମିଶ୍ରଣ କରି ପିଇବା ଦ୍ୱାରା ନିଦ ମଧ୍ୟ ଭଲ ହୋଇଥାଏ। ତେବେ ଭଲ ନିଦ ପାଇଁ ରାତିରେ ଶୋଇବାର ୩୦ମିନିଟ ପୂର୍ବରୁ ଏହାକୁ ପିଇବା ଦରକାର।

ସୁନ୍ଦର ଦେଖାଯିବା

ଶୋଇବା ପୂର୍ବରୁ ହଳଦି ଯୁକ୍ତ କ୍ଷୀର ନିଶ୍ଚୟ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଏହା ପିଇବା ଦ୍ୱାରା ଆପଣଙ୍କ ଚେହେରାରେ ମଧ୍ୟ ଚମକ ଆସିଥାଏ।

ଓଜନ ହ୍ରାସ

ହଳଦି ମିଶ୍ରିତ କ୍ଷୀରରେ ପିଇବା ଦ୍ୱାରା ଓଜନ ମଧ୍ୟ ହ୍ରାସ ହୋଇଥାଏ ଓ ଏଥିରେ ଥିବା କ୍ୟାଲସିୟମ ଏବଂ ମିନେରାଲସ ସ୍ୱାସ୍ଥ୍ୟ ପାଇଁ ଲାଭବାନ ହୋଇଥାଏ।

ଆଲର୍ଜି

ଯେଉଁ ଲୋକଙ୍କୁ ଖୁବ ଶୀଘ୍ର ଭାଇରାଲ ଇନଫେକସନ ହୋଇଯାଏ ସେମାନଙ୍କ ପାଇଁ ହଳଦି ମିଶ୍ରିତ କ୍ଷୀର କୌଣସି ଔଷଧଠାରୁ କମ୍ ହୋଇ ନଥାଏ। ଏହା ପିଇବା ଦ୍ୱାରା ଇମ୍ୟୁନିଟି ଶକ୍ତି ବଢ଼ିଥାଏ। ଡାକ୍ତରଙ୍କ କହିବା ଅନୁସାରେ ହଳଦି ମିଶ୍ରିତ କ୍ଷୀର ସକାଳ ସମୟରେ କିମ୍ବା ରାତିରେ ଶୋଇବାର ଏକ ଘଣ୍ଟା ପୁର୍ବରୁ ପିଇଲେ ଏଲର୍ଜି ଏବଂ ଫ୍ଲୁ ହୋଇନଥାଏ।

ଥଣ୍ଡା ଏବଂ କାଶ

ଥଣ୍ଡା ଏବଂ କାଶ ଦୁଇଟି ସମସ୍ୟା ବ୍ୟକ୍ତିକୁ ଚିନ୍ତାରେ ପକାଇଥାଏ। କିନ୍ତୁ ଏହାର ପ୍ରତିକାର ପାଇଁ ଔଷଧ ଖାଇଲେ ସମସ୍ୟା ଦୂର ହୋଇଯାଏ କିନ୍ତୁ ଶରୀରର ଇନଫେକସନ ସମ୍ପୁର୍ଣ୍ଣ ଭାବରେ ଭଲ ହୋଇ ନଥାଏ। ଯାହା ଦ୍ୱାରା ଏହି ରୋଗରେ ବ୍ୟକ୍ତି ପୁଣି ଥରେ ପୀଡ଼ିତ ହୋଇଥାଏ। ତେଣୁ ଏହିଭଳି ସମସ୍ୟାରେ ହଳଦି ମିଶ୍ରିତ କ୍ଷୀର ପିଲେ ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ।

Comment