ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାବର୍ଷ ଜାନୁଆରି ମାସରେ ନାଲକୋର ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଛି। ଏହି ଉତ୍ସବରେ ପ୍ରତିବର୍ଷ ପରି ଏଥର ମଧ୍ୟ ଶିକ୍ଷା, ସଂସ୍କୃତି, ସାମାଜିକ କାର୍ଯ୍ୟ,ନୃତ୍ୟ ଆଦି ବର୍ଗରେ ସଫଳତା ଅର୍ଜନ କରିଥିବା ଲୋକମାନଙ୍କୁ ନାଲକୋ ପକ୍ଷରୁ ସମ୍ମାନିତ କରାଯିବ। ତେଣୁ ଏହି ସମ୍ମାନର ହକଦାର ହେବା ପାଇଁ ନାଲକୋ ପକ୍ଷରୁ ଲୋକମାନଙ୍କୁ ଆବେଦନ କରିବାକୁ କୁହାଯାଇଛି।ନାଲକୋ ପ୍ରତିଷ୍ଠା ଦିବସରେ ଦିବ୍ୟାଙ୍ଗ ଶିଶୁ କିମ୍ବା ପୁରୁଷମାନଙ୍କ ଥଇଥାନ ଓ ମଙ୍ଗଳ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନକୁ ନାଲକୋ ସ୍ମାଇଲ୍ ପୁରସ୍କାରରେ ସମ୍ମାନିତ କରାଯିବ। ସେହିପରି ସଂସ୍କୃତ ଭାଷା ଓ ଶିକ୍ଷାର ପ୍ରସାର ପାଇଁ ନାଲକୋ କାଳିଦାସ ପୁରସ୍କାର, ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ରିଖିଥିବା ବ୍ୟକ୍ତିବିଶେଷଙ୍କୁ ନାଲକୋ ଖାରବେଳ ପୁରସ୍କାରରେ ସମ୍ମାନିତ କରାଯିବ।

ତେଣୁ ଏହି ସବୁ ପୁରସ୍କାର ପାଇବା ପାଇଁ ଲୋକମାନେ ଆବେଦନ କରିପାରିବେ ବୋଲି ନାଲକୋ ପକ୍ଷରୁ କୁହାଯାଇଛି। ଆବେଦନକାରୀଙ୍କ ପାଇଁ ଡିସେମ୍ବର ୩୧ ତାରିଖ ଶେଷଦିନ ଧାର୍ଯ୍ୟ କରାଯାଇଛି। ଆବେଦନକାରୀମାନେ www.nalcoindia.com ୱେବସାଇଟରେ ଯାଇ ସେଠାରେ ଆବେଦନ କରିପାରିବେ ବୋଲି ନାଲକୋ ପକ୍ଷରୁ କୁହାଯାଇଛି।

Comment