ଓଡ଼ିଶାଲାଇଭ୍ ବ୍ୟୁରୋ

NRCକୁ ଲାଗୁ କରିବା ପରେ ପରେ ଏବେ ସାରା ଦେଶରେ NPRକୁ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍ ଏହାକୁ ମଞ୍ଜୁର କରିଦେଇଛି। ଏହା ସାହାଯ୍ୟରେ ଦେଶର ସମସ୍ତ ନାଗରିକଙ୍କ ତଥ୍ୟ ସଂଗ୍ରହ କରାଯିବ ବୋଲି କୁହାଯାଇଛି।

ନାଗରିକତା ସଂଶୋଧନ ଆଇନ୍ ଲାଗୁ ହେବା ପରେ ଏହାକୁ ନେଇ ଦେଶର ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ଲାଗିରହିଛି। ଏହାରି ମଧ୍ୟରେ କେନ୍ଦ୍ର ସରକାର ନାଗରିକତାକୁ ନେଇ ପୁଣି ଆଉ ଏକ ନୂଆ ପକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି , ଯାହାର ନାଁ ହେଉଛି NPR।

NPRକ?

NPR ହେଉଛି ଜାତୀୟ ନାଗରିକତା ରେଜିଷ୍ଟାର। ଏହା ସାହାଯ୍ୟରେ ଦେଶରେ ବସବାସ କରୁଥିବା ଲୋକମାନଙ୍କର ବିଭିନ୍ନ ତଥ୍ୟ ସଂଗ୍ରହ କରାଯିବ। ଏହି ପକ୍ରିୟା ଦେଶର ନାଗରିକମାନଙ୍କର ଏକ ପରିଚୟ ହୋଇପାରିବ ବୋଲି ମଧ୍ୟ କୁହାଯାଇଛି। କୌଣସି ସ୍ଥାନରେ ୬ମାସରୁ ଅଧିକ ସମୟ ପାଇଁ ରହୁଥିବା ଲୋକମାନେ ବାୟୋମେଟ୍ରିକ୍ ପରିଚୟ ଦେବା ସହ ସେମାନଙ୍କର ସମସ୍ତ ତଥ୍ୟ ସରକାରଙ୍କୁ ପ୍ରଦାନ କରିବେ।

କେମିତି ହେବ ପୂରା ପକ୍ରିୟା?

ଏହି ପକ୍ରିୟା ତିନୋଟି ପର୍ଯ୍ୟାୟରେ କରାଯିବ ବୋଲି ସୂଚନା ମିଳିଛି। ଏହି ପକ୍ରିୟାରେ ତହସିଲ୍, ଜିଲ୍ଲା ଓ ରାଜ୍ୟ ସ୍ତରରେ ଲୋକମାନଙ୍କଠାରୁ ସେମାନଙ୍କର ସମସ୍ତ ତଥ୍ୟ ସଂଗ୍ରହ କରାଯିବ। ୨୦୨୦ ମସିହା ଏପ୍ରିଲ ମାସରୁ ଏଥିପାଇଁ ପ୍ରଥମ ପର୍ଯ୍ୟାୟ କାମ ଆରମ୍ଭ କରାଯିବ। ଏହି ପକ୍ରିୟା ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ତଥ୍ୟ ସଂଗ୍ରହ ପକ୍ରିୟା ୨୦୨୧ ମସିହା ଫେବୃଆରୀ ୯ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ତୃତୀୟ ପର୍ଯ୍ୟାୟରେ ଲୋକମାନେ ମାର୍ଚ୍ଚ ମାସ ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ସେମାନଙ୍କର ତଥ୍ୟକୁ ସଂଶୋଧନ କରିପାରିବେ ବୋଲି କୁହାଯାଇଛି।

Comment