ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଓ, ଏୟାରଟେଲ୍ ଓ ଭୋଡାଫୋନ-ଆଇଡିଆର ଗ୍ରାହକମାନେ ୨୦୦ ଟଙ୍କା ନିଜର ବେଷ୍ଟ୍ ରିଚାର୍ଜ ପ୍ଲାନ୍ ପାଇପାରିବେ।

ବର୍ତ୍ତମାନ ମୋବାଇଲ୍ ବଜାରରେ ଏବେ ଗୋଟିଏ ପରେ ଗୋଟିଏ ରିଚାର୍ଜ ପ୍ଲାନ ଦେଖିବାକୁ ମିଳୁଛି। ଗ୍ରାହକମାନଙ୍କୁ ଲାଭଦାୟକ ରିଚାର୍ଜ ପ୍ଲାନ୍ ଯୋଗାଇ ଦେବାକୁ କମ୍ପାନିମାନେ ଅନେକ ଗୁଡ଼ିଏ ପ୍ଲାନର ଘୋଷଣା କରିଛନ୍ତି। ଜିଓଠାରୁ ଆରମ୍ଭ କରି ଏୟାରଟେଲ୍, ଭୋଡାଫୋନ ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛନ୍ତି।

ଜିଓ ତାର ଗ୍ରାହକମାନଙ୍କ ପାଇଁ ୨୦୦ ଟଙ୍କା ଭିତରେ ଗୋଟିଏ ପ୍ଲାନ୍ ରଖିଛି। ଏହାର ଦାମ ରହିଛି ୧୯୯ ଟଙ୍କା। ଏହି ପ୍ଲାନରେ ଗ୍ରାହକମାନେ ୨୮ ଦିନର ବୈଧତା ସହ ପ୍ରତିଦିନ ୧.୫ ଜିବି ଡାଟା ପାଇପାରିବେ। ଏଥିସହିତ ଗ୍ରାହକଙ୍କୁ ପ୍ରତିଦିନ ୧୦୦ ଏସ୍ଏମ୍ଏସ କରିବାର ମଧ୍ୟ ସୁଯୋଗ ମିଳିବ। ଏହି ପ୍ଲାନରେ ଗ୍ରାହକମାନେ ଜିଓରୁ ଜିଓ ଅନଲିମିଟେଡ୍ କଲ୍ କରିପାରିବା ସହ ଅନ୍ୟନେଟୱାର୍କକୁ ଏକ ହଜାର ମିନିଟର ମାଗଣା କଲ୍ କରିପାରିବେ।

ଅନ୍ୟପଟେ ଏୟାରଟେଲ ଗ୍ରାହକମାନେ ୧୪୯ ଟଙ୍କାରେ ଏକ ଦମଦାର ରିଚାର୍ଜ ପ୍ଲାନ୍ ପାଇପାରିବେ। ଏଥିରେ ଗ୍ରାହକମାନେ ୨୮ ଦିନ ପର୍ଯ୍ୟନ୍ତ ଭାଲିଡିଟି ପାଇବେ। ଏହି ପ୍ଲାନରେ ଯେକୌଣସି ନେଟୱାର୍କକୁ ଅନଲିମିଟେଡ୍ କଲର ସୁବିଧା ରହିଛି। ଏହାସହ ଏୟାରଟେଲ୍ ଗ୍ରାହକମାନେ ଏଥିରେ ୨୮ଦିନ ପାଇଁ ମୋଟ୍ ୨ ଜିବି ଡାଟା ପାଇବେ।

ସେହିପରି ଭୋଡାଫୋନ୍-ଆଇଡିଆରେ ମଧ୍ୟ ଗ୍ରାହକମାନେ ୧୪୯ ଟଙ୍କାର ରିଚାର୍ଜ କରିପାରିବେ। ଏହି ପ୍ଲାନରେ ମଧ୍ୟ ଗ୍ରାହକମାନେ ମୋଟ୍ ୨ଜିବି ଡାଟା ପ୍ୟାକ୍ ପାଇବେ। ଏଥିରେ ଗ୍ରାହକମାନେ ମଧ୍ୟ ଯେକୌଣସି ନେଟୱାର୍କକୁ ଅନଲିମିଟେଡ କଲର ଲାଭ ଉଠାଇପାରିବେ। ଏହାବାଦ୍ ଭୋଡାଫୋନ୍ ଗ୍ରାହକମାନେ ୨୮ ଦିନ ଭିତରେ ମୋଟ୍ ୩୦୦ଟି ମାଗଣା ଏସ୍ଏମ୍ଏସ୍ କରିପାରିବେ।

Comment