ଓଡ଼ିଶାଲାଇଭ୍ ବ୍ୟୁରୋ

Krushi Odisha 2020କୃଷି ଓ କୃଷକର ଉନ୍ନତି ପାଇଁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ‘କୃଷି ଓଡ଼ିଶା ୨୦୨୦’। ପାଞ୍ଚ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଜାନୁଆରି ୨୪ ତାରିଖରେ ଶେଷ ହେବ।

ପ୍ରଥମ ଦିନରେ କୃଷି ସହିତ ଜଡ଼ିତ ଥିବା କମ୍ପାନିର ସିଇଓମାନଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଥିଲେ। ସେହିପରି ଦ୍ୱିତୀୟ ଦିନରେ ମଧ୍ୟ ବିଭିନ୍ନ ଆଲୋଚନାତ୍ମକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ବୁଧବାର କୃଷି ମହୋତ୍ସବର ତୃତୀୟ ଦିନରେ ମଧ୍ୟ  ଅନେକ କାର୍ଯ୍ୟକ୍ରମ ରହିଛି। ଜାଣନ୍ତୁ, କେତେବେଳେ କ’ଣ ରହିଛି କାର୍ଯ୍ୟକ୍ରମ?ସକାଳ ୧୦ଟାରୁ ଦିନ ୧ଟା – ପ୍ରଥମ ଅଧିବେଶନ

‘କୃଷି ଓଡ଼ିଶା ୨୦୨୦’ର ଏହି ଅଧିବେଶନରେ କୃଷି କ୍ଷେତ୍ରରେ କୃଷକମାନଙ୍କର ବଜାର ସଂଯୋଗୀକରଣ ଓ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଇବା ଆଦି ବିଷୟକୁ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହି ଅଧିବେଶନରେ କୃଷକମାନେ କିଭଳି ବିଭିନ୍ନ କୋପୋରେଟିଭ୍ ଗ୍ରୁପ୍ ସହ ଯୋଡ଼ି ହୋଇପାରିବେ ଓ ବଜାର ସଂଯୋଗୀକରଣ ସୃଷ୍ଟି କରିପାରିବେ ସେ ନେଇ ଆଲୋଚନା କରାଯିବ। ଏଥିସହିତ ବିଭିନ୍ନ ଶିଳ୍ପର ମୁଖ୍ୟମାନେ ମଧ୍ୟ ଏହି ବିଷୟ ନେଇ ନିଜର ମତାମତ ରଖିବେ।

ଏହି ଆଲୋଚନାରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର କମିସନର ତଥା ସଚିବ ଆର୍ ରଘୁ ପ୍ରସାଦ, ଷ୍ଟାର୍ ଅଗ୍ରି ୱାୟାର ହାଉସ ପ୍ରାଇଭେଟ୍ ଲିମିଟେଡର ସିଇଓ ଅମିତ ଗୋୟଲ, ‘ଏନସିଏମ୍ଏଲ୍’ର ସିଇଓ ନଳିନୀ ରାୱଲ ପ୍ରମୁଖ ଯୋଗଦେବେ। ତାଙ୍କ ସହିତ ଓଭିଏ ଫାର୍ମ୍ସ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ସମରେନ୍ଦ୍ର ମିଶ୍ର, ଓରମାସର ଜଏଣ୍ଟ ସିଇଓ ସୁଜୟ କର, ବରିଷ୍ଠ ବୈଜ୍ଞାନିକ ଏନ୍ କେ ବାରିକ ପ୍ରମୁଖ ଯୋଗଦେବେ। ଏହି ଆଲୋଚନାକୁ  ବି-ୱାନ୍ ବିଜନେସ୍ ହାଉସର ନିର୍ଦ୍ଦେଶକ ରାଜେନ୍ ପାଢ଼ୀ ପରିଚାଳନା କରିବେ।ଅପରାହଣ ୨ଟାରୁ ସନ୍ଧ୍ୟା ୫ଟା – ଦ୍ୱିତୀୟ ଅଧିବେଶନ

ସେହିପରି ଦ୍ୱିତୀୟ ଅଧିବେଶନରେ କୃଷି କ୍ଷେତ୍ରରେ ସଫଳ ହୋଇଥିବା ଯୁବ ଶିଳ୍ପଦ୍ୟୋଗୀମାନଙ୍କର ସଫଳ କାହଣୀ ବିଷୟରେ ଆଲୋଚନା କରାଯିବ। ଏଥିସହିତ ଏହି ସେମିନାରରେ ଚାଷୀମାନଙ୍କ ସମସ୍ୟାକୁ ନେଇ ଅନେକ ନୂତନ ଯୋଜନା ଓ ମୂଲ୍ୟବୋଧତା ଉପରେ ଆଲୋଚନା କରାଯିବ।

ଏହି ଅଧିବେଶନରେ ଅଣୁ, କ୍ଷଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା,  ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍ ବେସିକ୍ ସାଇନ୍ସର ଡିନ୍ ସରୋଜ ନାୟକ, ‘ଉନ୍ନତି’ର ସହ-ପ୍ରତିଷ୍ଠାତା ଅଶୋକ ପ୍ରସାଦ ପ୍ରମୁଖ ଅଂଶଗ୍ରହଣ କରିବେ। ତାଙ୍କ ସହିତ ‘ଟ୍ରାସ୍ଏକ୍ସ’ର ସହ-ପ୍ରତିଷ୍ଠାତା ଏସ୍ ଶ୍ରୀନିବାସ ରାଓ, ‘ଇ-କୁଟୀର’ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ କେ ସି ମିଶ୍ର ଓ ‘ଗ୍ରୋଜିପ୍’ର ପ୍ରତିଷ୍ଠାତା ତଥା ସିଇଓ ଆନନ୍ଦ କୁମାର ମିଶ୍ର ଯୋଗଦେବେ। ଏହି ଆଲୋଚନାକୁ ‘ଆଗ୍ରୋ ୱେଭ୍’ର ପ୍ରତିଷ୍ଠାତା ଅନୁ ମୀନା ପରିଚାଳନା କରିବେ।୨୨ ତାରିଖ କୃଷି ଓଡ଼ିଶାର ତୃତୀୟ ଦିନକୁ ‘ଲୋକ ପ୍ରତିନିଧି’ ଦିବସ ଭାବେ ରଖାଯାଇଛି। ତୃତୀୟ ଦିନରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେବେ। ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ‘ଏପିକଲ’ର ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର, ଓଡ଼ିଶା କାଜୁବାଦାମ ଉନ୍ନୟନ କର୍ପୋରେସନର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ଓଡ଼ିଶା ମତ୍ସ୍ୟପାଳନ ସହକାରୀ ନିଗମ ଲିମିଟେଡର ଅଧ୍ୟକ୍ଷ ଟି ପ୍ରସାଦ ରାଓ ଦୋରା, ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଉପସ୍ଥିତ ରହିବେ।

କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍ ମୁଥୁକୁମାର ସ୍ୱାଗତ ଭାଷଣ ଦେବାକୁ ଥିବାବେଳେ ପଶୁପାଳନ ଓ ପଶୁଚିକିତ୍ସା ବିଭାଗର ନିର୍ଦ୍ଦେଶକ ରତ୍ନାକର ରାଉତ ଧନ୍ୟବାଦ ଅର୍ପଣ କରିବେ।

Comment