ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଆ ପୁଅ ୟଶ୍‌ ମିଶ୍ର। ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୟଶ୍‌ଙ୍କ ସମେତ ୨୨ ଜଣ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।

ଭୁବନେଶ୍ୱରରେ ରହୁଥିବା ୟଶ୍‌ ଅଧ୍ୟୟନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ମନୋନୀତ ହୋଇଥିଲେ। ତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମେଡାଲ ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି।

ଡିଏଭି ଚନ୍ଦ୍ରଶେଖରପୁରରେ ପଢ଼ା ସାରି ୟଶ ଏବେ କୋଟାର ସାର୍ ପଦମପତ ସିଙ୍ଘାନିଆ ସ୍କୁଲରେ ପଢ଼ୁଛନ୍ତି। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ସିଙ୍ଗାପୁର ଏସିଆନ୍ ମ୍ୟାଥେମେଟିକ୍ସ ଅଲମ୍ପିଆଡରେ ୟଶ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୪୦୦ଟି ପୁରସ୍କାର ଜିତି ସାରିଥିବା ବେଳେ ୨୦୦ଟି ପଦକ ହାସଲ କରି ସାରିଛନ୍ତି।

୧୦ ଜଣ ଝିଅ ଓ ୧୨ ଜଣ ପୁଅଙ୍କୁ ରାଷ୍ଟ୍ରୀୟ ବାଳ ପୁରସ୍କାର ସମ୍ମାନ ଦିଆଯାଇଛି।

Comment