ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଡାଫୋନ ଗ୍ରାହକମାନଙ୍କ ପାଇଁ ଦମଦାର ଅଫର୍। କମ୍ପାନି ତାର ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଏକ ନୂଆ ରିଚାର୍ଜ ପ୍ଲାନ୍ ଆଣିଛି। ଯେଉଁଥିରେ ୨୬୯ ଟଙ୍କା ରିଚାର୍ଜ କରି ଗ୍ରାହକ ୫୬ ଦିନ ପାଇଁ ଅନଲିମିଟେଡ୍ କଲର ମଜା ଉଠାଇପାରିବା ସହ ଇଣ୍ଟରନେଟ୍ ବ୍ୟବହାର କରିପାରିବେ।

ଟେଲିକମ୍ ଜଗତରେ ଏବେ ସବୁ କମ୍ପାନି ତାର ଗ୍ରାହକମାନଙ୍କ ପାଇଁ ଗୋଟିଏ ପରେ ଗୋଟିଏ ରିଚାର୍ଜ ପ୍ଲାନ ଘୋଷଣା କରୁଛନ୍ତି। ଏଥିରେ ଗ୍ରାହକମାନେ ମଜାଦାର ଅଫରର ଲାଭ୍ ଉଠାଇବା ସହ ଅନଲିମିଟେଡ୍ କଲର ଲାଭ ଉଠାଇପାରୁଛନ୍ତି।

୨୬୯ ଟଙ୍କାର ଏହି ରିଚାର୍ଜ ପ୍ଲାନରେ ଗ୍ରାହକମାନେ ୫୬ ଦିନ ପାଇଁ ଯେକୌଣସି ନେଟୱାର୍କ ମାଗଣାରେ ଅନଲିମିଟେଡ୍ କଲ୍ କରିବା ସହିତ ମୋଟ ୪ ଜିବି ଡାଟା ବାଲାନ୍ସ ପାଇବେ। ସେହିପରି ଏଥିରେ ମୋଟ ୬୦୦ଟି ମାଗଣା ଏସ୍ଏମ୍ଏସ୍ କରିବାର ସୁଯୋଗ ମଧ୍ୟ ମିଳିବ।

ଏହା ପୂର୍ବରୁ ଏହି ସବୁ ସୁବିଧା ରଖି ଏୟାରଟେଲ୍ ୩୭୯ ଟଙ୍କାର ଏକ ରିଚାର୍ଜ ପ୍ଲାନ ଆରମ୍ଭ କରିଛି। ଏହାକୁ ଟକ୍କର ଦେବା ପାଇଁ ଭୋଡାଫୋନ୍ ଏହି ରିଚାର୍ଜ ପ୍ଲାନ ଆରମ୍ଭ କରିଛି।

Comment