ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡରେ କିଛି ଲୋକପ୍ରିୟ ଯୋଡ଼ି ଅଛନ୍ତି ଯେଉଁମାନଙ୍କୁ ବହୁ ଦିନ ହେବ ପରଦାରେ ଦେଖିବାକୁ ପାଉନାହାନ୍ତି ଦର୍ଶକ। ଏହି ୨୦୨୦ରେ ପୁଣି ଥରେ ଏହି ଯୋଡ଼ି ପରଦାରେ ଜଲଓ୍ୱା ଦେଖାଇବେ ବୋଲି ଜଣାପଡ଼ିଛି। ଆସନ୍ତୁ ଜାଣିବା ସେମିତି କିଛି ଯୋଡ଼ିଙ୍କୁ…

ଝିଲିକ୍‌ ଓ ଅମ୍ଳାନ: ପ୍ରାୟ ୭ ବର୍ଷ ପରେ ପୁଣି ଥରେ ୨୦୨୦ରେ ବଙ୍ଗୀୟ ଅଭିନେତ୍ରୀ ଝିଲିକ୍‌ ଓ ଅଭିନେତା ଅମ୍ଳାନଙ୍କୁ ଦେଖିବେ ଦର୍ଶକ। ଆଗାମୀ ଦିନରେ ଆଶୁତୋଷ ମହାପାତ୍ରଙ୍କ ନିର୍ଦେଶିତ ‘ବାଜିବ ଲୋ ସାହାନାଇ’ରେ ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ପୂର୍ବରୁ ଏହି ଯୋଡ଼ିଙ୍କୁ ଟାର୍ଗେଟ ଫିଲ୍ମରେ ଦେଖିଥିଲେ ଦର୍ଶକ।

ଅମ୍ଳାନ-ଅନୁଭା: ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ଫିଲ୍ମ  ‘କୁହ, ମୁଁ ତୁମରି ପାଇଁ’ରେ ଏକାଠି ଆସିବେ ଅମ୍ଳାନ ଅନୁଭା। ପୂର୍ବରୁ ‘ବଜରଙ୍ଗୀ’ରେ ପ୍ରଥମ ଥର ଅମ୍ଳାନ ଓ ଅନୁଭା ଏକାଠି କାମ କରିଥିଲେ।

ଜ୍ୟୋତି-ତମନ୍ନା: ଆଗରୁ ସଞ୍ଜୟ ନାୟକଙ୍କ ନିର୍ଦେଶିତ ‘ନିଝୁମ୍ ରାତିର ସାଥୀ’ରେ ନଜର ଆସିଥିଲେ ଜ୍ୟୋତି-ତମନ୍ନାଙ୍କ ଯୋଡ଼ି। ଏ ବର୍ଷ ଏହି ଯୋଡ଼ି ପୁଣି ‘ସୁପରବୟ’ରେ ଦେଖା ଦେଇପାରନ୍ତି।

ସମ୍ବିତ–ରୀୟା: ପ୍ରେମ ପାଇଁ ମହାଭାରତ ପରେ ଆଉ ଏକ ଫିଲ୍ମରେ ଆସିବାକୁ ଯାଉଛନ୍ତି ସମ୍ବିତ, ରୀୟ। ଆଗାମୀ ଦିନରେ ‘ଯୋଉଠି ଥିଲେ ବି ତୁ ମୋ’ର ’ରେ ସମ୍ବିତ–ରୀୟା ନଜର ଆସିବେ।

Comment