ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୨ ତମ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ବହୁ ରାଜନୈତିକ ଦଳ ରାଜଘାଟସ୍ଥିତ ଗାନ୍ଧୀଙ୍କ ସମାଧିସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

୧୯୪୮ ମସିହା ଆଜିର ଦିନରେ ଆତତାୟୀର ଗୁଳିମାଡ଼ରେ ମୃତ୍ୟୁ ବରଣ କରିଥିଲେ ମହାତ୍ମା ଗାନ୍ଧୀ। ଯେଉଁ ମଣିଷ ଦିନେ ସାରା ବିଶ୍ୱକୁ ଅହିଂସା ଓ ସତ୍ୟର ପାଠ ପଢ଼େଇଥିଲେ, ସେହି ମଣିଷ ହିଁ ଆଉ ଜଣେ ମଣିଷର ଗୁଳି ମାଡ଼ରେ ଟଳିପଡ଼ିଥିଲା ସେ ପ୍ରାର୍ଥନା ଗୃହରେ। ଗାନ୍ଧୀଜୀଙ୍କ ମୃତ୍ୟୁ ସମୟର ସେହି ଶେଷ ବାକ୍ୟ ‘ହେ ରାମ’ ସହ ପୃଥିବୀ ଇତିହାସରୁ ଶେଷ ହୋଇଯାଇଥିଲା ଗାନ୍ଧୀ ଯୁଗ।

୧୯୪୮ ମସିହାରେ ଗୁଜୁରାଟରେ ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିବା ସେହି ଛୋଟ ବାଳକ ଜଣକ ପରାଧୀନ ଭାରତକୁ ସ୍ୱାଧୀନ ଭାରତରେ ପରିଣତ କରିପାରିଥିଲା। ଖାଲି ସେତିକି ନୁହେଁ ସାରା ବିଶ୍ୱକୁ ସତ୍ୟ ଓ ଅହିଂସାର ପାଠ ମଧ୍ୟ ଶିଖାଇଥିଲେ।

Comment