ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନରେ କୋରୋନା ଭାଇରସ ଭୟଙ୍କର ହେଉଥିଲା ବେଳେ ଆଜି ଭାରତ ଚୀନରୁ ତା’ର ୩୨୪ ଜଣ ନାଗରିକଙ୍କୁ ନେଇ ଆସିଛି। ଭାରତ ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ଡବଲ ଡେକର ବିମାନରେ ଚୀନରେ ରହୁଥିବା ନାଗରିକଙ୍କୁ ନିଜ ଦେଶକୁ ଫେରାଇ ଆଣିଛି।

ଶୁକ୍ରବାର ବିଳମ୍ବିତ ରାତିରେ ଏହି ବିମାନ ଚୀନରୁ ଉଡ଼ିଥିଲା। ଶନିବାର ସକାଳୁ ଏହା ଭାରତରେ ପହଞ୍ଚିଛି। ଏହି ବିମାନରେ ୫ ଜଣିଆ ଡାକ୍ତରୀ ଟିମ୍‌ ମଧ୍ୟ ଯାତ୍ରୀଙ୍କ ସହ ରହିଥିଲେ। ଯାତ୍ରୀଙ୍କ ସମସ୍ତଙ୍କ ସୁବିଧା କରାଯାଇ ତାଙ୍କୁ ସ୍ୱଦେଶକୁ ଅଣାଯାଇଛି।

ଭାରତ ସରକାର ଏହି ଭାରତୀୟ ନାଗରିକମାନଙ୍କୁ ୨ ସପ୍ତାହ ଯାଏଁ ଅଲଗା ରଖିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁସାରେ ଚୀନରୁ ଫେରନ୍ତା ଭାରତୀୟଙ୍କୁ ଦିଲ୍ଲୀର ଆଇଟିବିପି ଓ ଇଣ୍ଡିଆନ ଆର୍ମି ଫୋର୍ସ ମେଡିକାଲ ଭବନରେ ରଖାଯିବ। ସେଠାରେ ସେମାନଙ୍କୁ ପ୍ରଥମେ ଚିକିତ୍ସା କରିବ।

Comment