ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅର୍ଥମନ୍ତ୍ରୀ ତାଙ୍କ ବଜେଟରେ କହିଛନ୍ତି ଯେ ଗରିବ ଲୋକମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯିବ। ୨୦୨୨ ସୁଦ୍ଧା ସରକାର ଚାଷୀମାନଙ୍କ ରୋଜଗାର ଦୁଇ ଗୁଣା କରିବେ। ଚାଷୀଙ୍କ ରୋଜଗାର ବଢ଼ାଇବା ପାଇଁ ୧୬ଟି ପଦକ୍ଷେପ ନିଆଯିବ। ଆସନ୍ତୁ ଜାଣିବା୧୫ଟି ପଦକ୍ଷେପ କ’ଣ?

୧- ଅର୍ଥମନ୍ତ୍ରୀ କହିଛନ୍ତି ଯେ ମଣ୍ଡି ମାନଙ୍କରେ ସୁଧାର ଆଣିବା ଦରକାର। ଆମେ ସଷ୍ଟନେବଲ କ୍ରପିଂ ପ୍ୟାଟର୍ଣ୍ଣ ଉପରେ କାମ କରୁଛୁ। ଚାଷୀ ମାନଙ୍କୁ ପିଏମ କିଷାନ ଯୋଜନାର ଫାଇଦା ମିଳୁଛି।

୨- ପିଏମ କୁସୁମ ଯୋଜନା ଦ୍ୱାରା ୨୦ ଲକ୍ଷ କିଷାନଙ୍କୁ ସୋଲାର ପମ୍ପ ଯୋଗାଇ ଦିଆଯିବ।

୩- ମରୁଡ଼ି ଜିଲ୍ଲାରେ ନୂଆ କାର୍ଯ୍ୟ ଆରମ୍ଭ ହେବ।

୪- ଯେଉଁ ରାଜ୍ୟ କେନ୍ଦ୍ରର ମଡେଲ ଆଇନକୁ ମାନିବେ ସେମାନଙ୍କୁ ପ୍ରୋତ୍ସାହନ ଦିଆଯିବ।

୫- ନିୟନ୍ତ୍ରିତ ସାରର ବ୍ୟବହାର ଉପରେ ସରକାର ଗୁରୁତ୍ୱ ଦେବେ।

୬- ରାସାୟନିକ ସାରର ବ୍ୟବହାର କମିବା ଦରକାର। ଦେଶରେ ଏବେ ୧୬୨ ନିୟୁତ ଟନ ଖାଦ୍ୟ ଶସ୍ୟ ସଂରକ୍ଷଣ ପାଇଁ ଭଣ୍ଡାର କ୍ଷମତା ରହିଛି। ନାବାର୍ଡ ଏହାକୁ ଜିଓ ଟ୍ୟାଗ କରିବ।

୭- ବ୍ଲକ ସ୍ତରରେ ନୂଆ ଭଣ୍ଡାର ଘର ତିଆରି ହେବ। ସରକାର ଏଥିପାଇଁ ଜମି ଦେବେ। ଖାଦ୍ୟ କର୍ପୋରେସନ ନିଜ ଜମି ଉପରେ ମଧ୍ୟ ଭଣ୍ଡାର ଘର ତିଆରି କରିପାରିବ।

୮- ମହିଳା ଏସଏଚଚଜି ଜରିଆରେ ଭିଲେଜ ଷ୍ଟୋରେଜ ସ୍କିମ କରାଯିବ।

୯- କ୍ଷୀର, ମାଂସ ଓ ମାଛର ସଂରକ୍ଷଣ ପାଇଁ କିଷାନ ରେଳ ଚାଲିବ। କୃଷି ବିଭାଗ ପକ୍ଷରୁ ବିମାନ ଚଳାଯିବ।

୧୦- ଦେଶରେ ଉଦ୍ୟାନକୃଷି ଏବେ ୩୧୧ ନିୟୁତ ଟନରେ ପହଞ୍ଚିଛି। ରାଜ୍ୟ ସରକାରଙ୍କୁ ଏଥିରେ ସାହାଯ୍ୟ କରାଯିବ।

୧୨ – ଇଣ୍ଟିଗ୍ରେଟେଡ଼ ଫାର୍ମିଙ୍ଗ ସିଷ୍ଟମ ଆରମ୍ଭ ହେବ। ନାଚୁରାଲ ଫାର୍ମିଂ, ଅନଲାଇନ ମାର୍କେଟ ଉପରେ ଗୁରୁତ୍ୱ ଦିଆଯିବ।

୧୩ – ଏନବିଏଫସି ଗୁଡିକୁ ସୁଦୃଢ଼ କରାଯିବ। ୧୫ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଚାଷୀଙ୍କୁ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

୧୪ – କ୍ଷୀର ଉତ୍ପାଦନ ୧୦୮ ନିୟୁତ ଟନକୁ ବୃଦ୍ଧି ପାଇବ। ସମୁଦ୍ର କୂଳରେ ରହୁଥିବା ଚାଷୀଙ୍କୁ ଗୁରୁତ୍ୱ ପ୍ରଦାନ କରାଯିବ।

୧୫- ୩୦୭୭ ସାଗର ମିତ୍ର ସୃଷ୍ଟି ହେବେ। ଏହା ଫଳରେ ସମୁଦ୍ର କୂଳରେ ରହୁଥିବା ଯୁବକମାନଙ୍କୁ ରୋଜଗାର ମିଳିବ।

ଏହି ସମସ୍ତ ୧୫ଟି କାର୍ଯ୍ୟକ୍ରମ ପାଇଁ ସରକାର ୨.୮୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ।

Comment