ଓଡ଼ିଶାଲାଇଭ୍ ବ୍ୟୁରୋ

ରଙ୍ଗ ସାଇଡ୍ ଗାଡ଼ି ଚାଳକଙ୍କୁ ସାବାଡ୍ କଲା ପୋଲିସ୍। ଗୁରୁବାର ରାସ୍ତାର ବିପରୀତ ଦିଗରେ ବେଆଇନ୍ ଭାବେ ଗାଡ଼ି ଚଲାଉଥିବା ୬୯ଟି ଗାଡ଼ି ଚାଳକଙ୍କୁ କାବୁ କରି ସେମାନଙ୍କ ଗାଡ଼ି ଜବତ କରିଛି କମିସନରେଟ୍ ପୋଲିସ୍।

ଶୁକ୍ରବାର ରାଜଧାନୀର ୯ଟି ଭିନ୍ନ ଭିନ୍ନ ଅଞ୍ଚଳରେ କମିସନରେଟ୍ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏହି ସମୟରେ ପୋଲିସ୍ ଏହି ଗାଡ଼ିକୁ ଜବତ କରିଛି। ଏହି ଗାଡ଼ିକୁ କୋର୍ଟଙ୍କ ଅନୁମତି ପରେ ଯାଇ ଛଡ଼ାଯିବ ବୋଲି ପୋଲିସ୍ ସୂଚନା ଦେଇଛି। ଏଥିସହିତ ଗୁରୁବାର ଅନେକ ବିନା ହେଲମେଟ୍, ବିନା ସିଟ୍ ବେଲ୍ଟ ଚାଳକଙ୍କ ମଧ୍ୟ ଫାଇନ୍ କରିଛି ପୋଲିସ୍।

ବୁଧବାର ରଙ୍ଗ ସାଇଡ୍ ଗାଡ଼ି ଚାଳକଙ୍କୁ ସତର୍କ କରାଇଥିଲେ ପୋଲିସ୍ କମିସନର ଡକ୍ଟର ସୁଧାଂଶୁ ଷଡଙ୍ଗୀ। ଖୁବଶୀଘ୍ର ରାଜଧାନୀରେ ସ୍ପାଇକ୍ ବ୍ୟାରିଅର ଲଗାଯିବ। ଫଳରେ ରଙ୍ଗ୍ ସାଇଡ୍ ଚାଳକଙ୍କୁ ରୋକାଯାଇପାରିବ ବୋଲି ପୋଲିସ୍ କମିସନର ସୂଚନା ଦେଇଥିଲେ।

ପୋଲିସ୍ କମିସନର କଥାର ୨୪ ଘଣ୍ଟା ନପୂରୁଣୁ ପୋଲିସର ଏଭଳି ପଦକ୍ଷେପ ବେଆଇନ୍ ଗାଡ଼ି ଚାଳକଙ୍କୁ ଛାନିଆ କରିଛି।

Comment