ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ହାପିଜ ସୟିଦଙ୍କୁ ୫ ବର୍ଷ ଜେଲ। ଆତଙ୍କବାଦୀ ସଙ୍ଗଠନକୁ ଅର୍ଥ ଯୋଗାଣ ମାମଲାରେ ଲାହୋରର ଆତଙ୍କବାଦ ନିରୋଧୀ କୋର୍ଟ(ଆଣ୍ଟି ଟେରୋରିଜିମ୍‌ କୋର୍ଟ) ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।

ହାପିଜ ସୟିଦ ଜାମାତ-ଉଦ୍‌-ଦାଓ୍ୱା ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ। ଏଥିସହ ଲସ୍କର ଇ ତୋଇବା ଆତଙ୍କବାଦୀ ସଙ୍ଗଠନର ସହପ୍ରତିଷ୍ଠାତା ମଧ୍ୟ। ହାପିଜ ସୟିଦ ନିର୍ଦ୍ଦେଶରେ ଭାରତରେ ବହୁ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟିଛି।

୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ ଥିଲା ହାପିଜ ସୟିଦ। ଏହା ଆକ୍ରମଣରେ ୧୬୪ ଲୋକଙ୍କ ପ୍ରାଣ ଯାଇଥିଲା। ଏନ୍‌ଆଇଏର ମୋଷ୍ଟ ଓ୍ୱାଣ୍ଟେଡ ଲିଷ୍ଟରେ ମଧ୍ୟ ରହିଛି ହାପିଜ ସୟିଦ।

Comment