ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଡାଫୋନ୍ ଗ୍ରାହକଙ୍କ ପାଇଁ ଆସିଛି ଧମାକାଦାର ଅଫର୍। ଏଣିକି ସେମାନେ ୧୨୯ ଟଙ୍କା ରିଚାର୍ଜ କରି ଅନଲିମିଟେଡ୍ କଲ୍ ସହିତ ଇଣ୍ଟରନେଟ୍ ବ୍ୟବହାର କରିପାରିବେ।

ଭୋଡାଫୋନର ଏହି ନୂଆ ରିଚାର୍ଜ ପ୍ଲାନରେ ଗ୍ରାହକମାନେ ୨୪ ଦିନର ଭାଲିଡିଟି ପାଇବେ। ଏଥିରେ ଯେକୌଣସି ନେଟୱାର୍କକୁ ମାଗଣା କଲ୍ ମଧ୍ୟ କରିପାରିବେ। ଏହି ରିଚାର୍ଜ ପ୍ଲାନରେ ଗ୍ରାହକମାନେ ୨ଜିବି ଡାଟା ବାଲାନ୍ସ ପାଇବା ସହିତ ୩ଶହ ମାଗଣା ଏସ୍ଏମ୍ଏସର ମଧ୍ୟ ଫାଇଦା ଉଠାଇପାରିବେ।

ଟେଲିକମ୍ ଜଗତରେ ଲାଗି ରହିଥିବା ପ୍ରତିଯୋଗିତାକୁ ଲକ୍ଷ୍ୟ କରି ଭୋଡାଫୋନ ଏହି ଅଫର୍ ଆଣିଛି। ତେବେ ପ୍ରଥମ ଅବସ୍ଥାରେ ଏହାକୁ କେବଳ ମୁମ୍ବାଇ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଆରମ୍ଭ କରାଯାଇଛି। ଖୁବଶୀଘ୍ର ଏହାକୁ ସାରା ଦେଶରେ ଲାଗୁ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Comment