ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨ଦିନିଆ ଭାରତ ଗସ୍ତ ଶେଷ ହୋଇଛି। ଏହାସହ ସେ ପୂରା ପରିବାର ସହ ଆମେରିକା ଫେରିଯାଇଛନ୍ତି। ଏହା ପୂର୍ବରୁ ସେ ରାଷ୍ଟ୍ରପତି ଭବନରେ ଆୟୋଜିତ ରାତ୍ରଭୋଜନରେ ଯୋଗ ଦେଇଥିଲେ। ଏହି ଭୋଜନରେ ଟ୍ରମ୍ପଙ୍କ ପୂରା ପରିବାର ଯୋଗ ଦେଇଥିଲା।

ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତରେ ସେ ପ୍ରଥମେ ସାବରମତୀ ଆଶ୍ରମ ବୁଲି ଥିଲେ। ପରେ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପରେ ଦ୍ଵିତୀୟ ଦିନରେ ରାଷ୍ଟ୍ରପତି ଭବନ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଏହାସହ ମୋଦୀଙ୍କ ସହ ଦ୍ଵିପାକ୍ଷିକ ବୈଠକ ମଧ୍ୟ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମ ଶେଷ କରି ଶେଷରେ ଟ୍ରମ୍ପ ପରିବାର ସହ ପୁଣି ଆମେରିକା ଫେରିଯାଇଛନ୍ତି।

Comment