ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ଆଜି ୮ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଏହି ୮ ଜିଲ୍ଲାଗୁଡ଼ିକ ହେଉଛି କନ୍ଧମାଳ, ନୟାଗଡ଼, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂହପୁର।

ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୭୮.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ଭବାନୀପାଟଣାରେ ୩୫.୦, ବାଲେଶ୍ୱର ୨୧.୦, ସମ୍ବଲପୁର ୨୬.୦, ଦାରିଙ୍ଗିବାଡ଼ିରେ ୧୩.୦ ମିମି ବର୍ଷା ରେକର୍ଡ ହୋଇଛି।

ତେବେ ଆଜି ମଧ୍ୟାହ୍ନ ପରେ ବର୍ଷା କମିବା ସହ ଆକାଶ ମେଘମୁକ୍ତ  ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହାପରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ।

ଗୁରୁବାର ସକାଳୁ ରାଜ୍ୟରେ ଘନ କୁହୁଡ଼ି ହେବ। ୨୭ ତାରିଖରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡିରେ ଘନ କୁହୁଡ଼ି ଲାଗି ରହିବ। ସେହିପରି ୨୮ ତାରିଖରେ କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗିରରେ ସକାଳେ ଘନ କୁହୁଡ଼ି ଲାଗି ରହିବ। ତେବେ ବଜ୍ରପାତ ହେବାର କୌଣସି ସମ୍ଭାବନା ନାହିଁ।

Comment