ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଗଲ ଟ୍ରାନ୍ସଲେଟରରେ ଆସିଲା ଓଡ଼ିଆ ଭାଷା। ଏଣିକି ଗୁଗଲରେ ଅନ୍ୟ ଭାଷା ଭଳି ଓଡ଼ିଆ ଭାଷାର ଅନୁବାଦ କରିହେବ।

ଅନୁବାଦ ସେବାରେ ପାଞ୍ଚଟି ଭାଷା ଅନ୍ତର୍ଭୁକ୍ତ କରାଯିବ ବୋଲି ଗୁଗଲ ଘୋଷଣା କରିଥିଲା। ଏହି ଭାଷାଗୁଡ଼ିକ ହେଉଛି କିନିୟାର୍‌ଓ୍ଵାଣ୍ଡା, ଓଡ଼ିଆ, ତାତାର୍‌, ତୁର୍କମେନ୍‌ ଏବଂ ଉୟିଘର୍‌। ଏହି ନୂଆ ଭାଷାଗୁଡ଼ିକ ଉଭୟ ଟେକ୍‌ଷ୍ଟ୍‍  ୱେବ୍‌ସାଇଟ୍‌ ଅନୁବାଦରେ ସହାୟକ ହେବ। ଏହି ପାଞ୍ଚଟି ଭାଷା ଯୋଡ଼ି ହେବା ପରେ ଗୁଗଲ ଟ୍ରାନ୍ସଲେଟରରେ ଅନୁବାଦ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି।

ଗତବର୍ଷ ଗୁଗଲ ପ୍ଲାଟଫର୍ମରେ ଓଡ଼ିଆ ଭାଷାରେ ଆପ୍ଲିକେସନ୍‌ ଉପଲବ୍ଧ ହେବ ବୋଲି ଘୋଷଣା ହୋଇଥିଲା। ଖୁବ୍‌ଶୀଘ୍ର ଗୁଗଲ ସର୍ଚ୍ଚ ଇଞ୍ଜିନ୍‌ରେ ଓଡ଼ିଆରେ ଲେଖି ସେକୌଣସି ତଥ୍ୟ ଆପଣ ଖୋଜି ପାଇପାରିବେ।

ସେହିପରି ଓଡିଆ ଭାଷାକୁ ମଧ୍ୟ ଇଂରାଜୀ, ହିନ୍ଦୀ, ସ୍ପେନ୍, ଆରବିକ୍ ଭାଷାକୁ ଅନୁବାଦ କରିହେବ।

Comment