ଓଡ଼ିଶାଲାଇଭ୍ ବ୍ୟୁରୋ

  • ସମ୍ ଅଲ୍ଟିମେଟ୍ ମେଡିକେୟାରର ହେଲା ଲୋକାର୍ପଣ
  • ଲୋକାର୍ପଣ ଉତ୍ସବରେ ଯୋଗଦେଲେ ନବୀନ, ଶାହ ଓ ଧର୍ମେନ୍ଦ୍ର
  • ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଆରମ୍ଭ କରିବାକୁ ନବୀନଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର
  • ୩୦ଟି ସ୍ପେଶାଲିଟି କ୍ଷେତ୍ରରେ ସେବା ଯୋଗାଇବ ସମ୍ ଅଲ୍ଟିମେଟ୍ ମେଡିକେୟାର

ଭୁବନେଶ୍ୱରରେ ଲୋକାର୍ପିତ ହେଲା ପୂର୍ବ ଭାରତର ଅନ୍ୟତମ ସୁପର ସ୍ପେସିଆଲିଷ୍ଟ୍ ହସ୍ପିଟାଲ ସମ୍ ଅଲ୍ଟିମେଟ୍ ମେଡିକେୟାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ହସ୍ପିଟାଲକୁ ଲୋକାର୍ପଣ କରାଯାଇଛି।ସମ୍ ଅଲ୍ଟିମେଟ୍ ମେଡିକେୟାରର ଲୋକାର୍ପଣ ଉତ୍ସବରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଓଡ଼ିଶାରେ ଏଭଳି ଅତ୍ୟାଧୁନିକ ମେଡିକାଲ୍ ଖୋଲିଥିବାରୁ ମୁଁ ସମ୍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଉଛି। ଏହି ହସ୍ପିଟାଲ ଓଡ଼ିଶାର ଜନସାଧାରଣଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବ ବୋଲି ଆଶା କରୁଛି।”ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କହିଛନ୍ତି ଯେ, ଏଭଳି ହସ୍ପିଟାଲ ଖୋଲିବା ଦ୍ୱାରା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ଯିବ। ସ୍ୱାସ୍ଥ୍ୟସେବା ଓ ଅନୁସନ୍ଧାନ ପାଇଁ ଏହି ହସ୍ପିଟାଲ୍ କାମ କଲେ ଓଡ଼ିଶାର ଉନ୍ନତି ହୋଇପାରିବ। ଘରୋଇ ହସ୍ପିଟାଲମାନଙ୍କର ମଧ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକ ରହିଛି ବୋଲି ସେ କହିଥିଲେ।ଅନ୍ୟପଟେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଭଳି ଲାଭଦାୟକ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହି ଜନହିତକାରୀ ଯୋଜନା ଲାଗୁ ହେଲେ ଓଡ଼ିଶାର ଗରିବ ଲୋକମାନେ ଏଭଳି ଅତ୍ୟାଧୁନିକ ହସ୍ପିଟାଲରେ ଚିକିତ୍ସା କରାଇପାରିବେ। ଏଥିସହିତ ହସ୍ପିଟାଲରେ ଗରିବ ଲୋକମାନଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇଦେବାକୁ ଧର୍ମେନ୍ଦ୍ର ଅନୁରୋଧ କରିଥିଲେ।

ଦଶ ଏକର ଜାଗାରେ ନିର୍ମିତ ୯ ମହଲା ବିଶିଷ୍ଟ ଏହି ଚିକିତ୍ସାଳୟରେ ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦିଆଯିବ। ଏଠାରେ ୧୪ଟି ମଡ୍ୟୁଲାର୍‌ ଓଟି ସହ ଟ୍ରମା ଆଇସିୟୁ ତଥା ଆନ୍ତର୍ଜାତିକ ଜ୍ଞାନକୌଶଳ ପର୍ଯ୍ୟବସିତ ପେଟ୍ ସିଟି ସ୍କାନ୍, ଥ୍ରୀ ଟେଲ୍‌ସା ଏମ୍ଆର୍‌ଆଇ ଏବଂ ଏଚ୍‌ଡିଆର ବ୍ରାଭୋସ୍ ବ୍ରାକିଥେରାପି ଭଳି ଅତ୍ୟାଧୁନିକ କ୍ୟାନ୍‌ସର ଚିକିତ୍ସା ପଦ୍ଧତିର ବ୍ୟବସ୍ଥା କରାଯାଇଛି।ଏଥିସହିତ ଏମର୍ଜେନ୍ସି କେୟାର, ହାର୍ଟ କେୟାର, ଆଡ୍‌ଭାନ୍‌ସ୍‌ ସର୍ଜିକାଲ୍ ସିଡିୟୋର୍, ଡାଏଗ୍ନୋଷ୍ଟିକ୍ ଇମେଜିଂ ଓ ମ୍ୟାଟରନିଟି କେୟାର୍‌ ଭଳି କ୍ଷେତ୍ରରେ ଅଧିକ ଦୃଷ୍ଟି ଦିଆଯାଇଛି। ଏହାସହ ୩୦ଟି ସ୍ପେଶାଲିଟି କ୍ଷେତ୍ରରେ ମଧ୍ୟ ଏଠାରେ ଚିକିତ୍ସା ଯୋଗାଇ ଦିଆଯିବ।ପ୍ରତ୍ୟେକ ବିଭାଗରେ ଅନୁଭୂତି ସମ୍ପନ୍ନ ମେଡିକାଲ୍ କେୟାର ବିଶେଷଜ୍ଞଙ୍କୁ ସମ୍ମମ୍‌ରେ ସାମିଲ୍ କରାଯାଇଥିବା ବେଳେ ନୂତନ ଜ୍ଞାନ କୌଶଳ ସମ୍ପନ୍ନ ସମ୍ମମ୍‌ରେ ଏମର୍ଜେନ୍ସି କେୟାର , ହାର୍ଟ କେୟାର, ଆଡ୍‌ଭାନ୍ସଡ ସର୍ଜିକାଲ୍ ପ୍ରୋସିଡିୟୋର୍‌, ଡାଏଗ୍ନୋଷ୍ଟିକ୍ ଇମେଜିଂ, ମ୍ୟାଟରନିଟି କେୟାର୍ ଓ ରିହାବିଲିଟେସନ୍ ସର୍ଭିସେସ୍ ଭଳି କ୍ଷେତ୍ରରେ ଅଧିକ ଦୃଷ୍ଟି ଦିଆଯାଉଥିବା ବେଳେ ପ୍ରାୟ ୩୦ଟି ସ୍ପେଶାଲଟି କ୍ଷେତ୍ରରେ ଚିକିତ୍ସା ଯୋଗାଇ ଦିଆଯିବାର ଲକ୍ଷ୍ୟ ରହିଛି।

Comment