ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମାଙ୍କୁ ମିଳିଲା ନୂଆ ଦାୟିତ୍ୱ। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି।

ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ ସହିତ ସଞ୍ଜୟଙ୍କୁ କ୍ୟାବିନେଟ୍ ପାହ୍ୟା ରାଙ୍କ୍ ପ୍ରଦାନ କରାଯାଇଛି।

ଗତ ବିଧାନସଭା ନିର୍ବାଚନରେ ସଞ୍ଜୟ ବ୍ରହ୍ମଗିରି ବିଧାନସଭା ଆସନରୁ ପରାଜିତ ହୋଇଥିଲେ। ବିଜେପି ପ୍ରାର୍ଥୀ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କଠାରୁ ସେ ନିର୍ବାଚନରେ ହାରି ଯାଇଥିଲେ। ବର୍ତ୍ତମାନ ନବୀନ ତାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ଦେଇ ଖୁସି କରିଥିବା କୁହାଯାଉଛି।

Comment